
ପୁରୀର ବସନ୍ତ ରଣାଙ୍କୁ ବିଶ୍ବକର୍ମା ପରିଚୟ ପତ୍ର
ପିଏମ ବିଶ୍ବକର୍ମା ଯୋଜନା ଶୁଭାରମ୍ଭ ଅବସରରେ ପୁରୀର ବସନ୍ତ ରଣାଙ୍କୁ ବିଶ୍ବକର୍ମା ପରିଚୟ ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ବସନ୍ତଙ୍କୁ ଏହି ପରିଚୟ ପତ୍ର ପ୍ରଦାନ କରାଯାଇଛି।
ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ ଅଛନ୍ତି ବସନ୍ତ ରଣା। ସେ ଶ୍ରୀମନ୍ଦିର ପାଇଁ ଫୁଲମାଳ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାହିଆ ପ୍ରସ୍ତୁତ କରିଥାନ୍ତି। ଦୀର୍ଘ ବର୍ଷ ଧରି ଏହି ପାରମ୍ପରିକ ବୃତ୍ତିରେ ନିୟୋଜିତ ହୋଇ କାର୍ଯ୍ୟ କରି ଆସୁଛନ୍ତି ବସନ୍ତ।