ନିଜର ପ୍ରଚାର ପ୍ରସାର ପାଇଁ କୋଟି କୋଟି ଟଙ୍କା ଉଡ଼ାଇ ଦେଇଛନ୍ତି ଭି କେ ପାଣ୍ଡିଆନ

କେବଳ ନିଜର ପ୍ରଚାର ପ୍ରସାର ପାଇଁ କୋଟି କୋଟି ଟଙ୍କା ଉଡ଼ାଇ ଦେଇଛନ୍ତି ଭି କେ ପାଣ୍ଡିଆନ। କେବଳ ପୋଷ୍ଟର ପାଣ୍ଡିଆନଙ୍କ ଫଟୋ ଛାପିବା ପାଇଁ ଖର୍ଚ୍ଚ ହୋଇଛି ୧୫କୋଟି ଟଙ୍କା । ଆଜି ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଖିଥିବା ଉତ୍ତରରୁ ଏହି ତଥ୍ୟ ବିଷୟରେ ଜଣା ପଡ଼ିଛି । ଆଜି ବିଧାନସଭାରେ ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭିକେ ପାଣ୍ଡିଆନଙ୍କ ପ୍ରଚାର ପାଇଁ ଖର୍ଚ୍ଚ ହୋଇଛି ୧୫ କୋଟିରୁ ଅଧିକ ଟଙ୍କା । ବିଜ୍ଞାପନରେ ଭିକେ ପାଣ୍ଡିଆନଙ୍କ ଫଟୋ ଲାଗିବା ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି ୧୫ କୋଟି ୨୬ ଲକ୍ଷ ୯୧ ହଜାର ୯୩୩ ଟଙ୍କା । କାର୍ତ୍ତିକ ପାଣ୍ଡିଆନ ୫ଟି ଅଧ୍ୟକ୍ଷ ହେବା ପରେ ଖବରକାଗଜରେ ବିଜ୍ଞାପନ ଓ ଫଟୋ ବାବଦକୁ ପୂର୍ବ ସରକାର ରାଜକୋଷରୁ ଏହି ଅର୍ଥରାଶି ଖର୍ଚ୍ଚ କରିଥିବା ଜଣାପଡିଛି।

ସେହିପରି ୨୦୨୪ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତ ୫ ବର୍ଷରେ ପ୍ରଚାର ପାଇଁ ବିଜେଡ଼ି ସରକାର ମୋଟ ୪୫୨କୋଟି ୯୬ଲକ୍ଷ ଟଙ୍କା ଖର୍ଚ୍ଚ ଖର୍ଚ୍ଚ କରିଛନ୍ତି ।

Related Articles

Back to top button