ରାଜନୀତିରୁ ସନ୍ନ୍ୟାସ ନେଲେ ଭି.କେ ପାଣ୍ଡିଆନ

ନବୀନ ପଟ୍ଟନାୟକଙ୍କ ପରାଜୟ ପାଇଁ ବିଜେଡି ନେତା ଭି.କେ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି ଓଡ଼ିଶାବାସୀ । ତେବେ ଏସବୁ ଆଲୋଚନା ଭିତରେ ଫଳାଫଳ ଘୋଷଣା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ପାଣ୍ଡିଆନ୍ । ପ୍ରଥମ ପ୍ରତିକ୍ରିୟାରେ ହିଁ ସେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି । ଏକ ଭିଡିଓ ଜାରି କରି ସେ ସମଗ୍ର ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ହାତ ଯୋଡ଼ି ସେ ବିଜୁ ପରିବାର ଏବଂ କର୍ମୀମାନଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି ।

ଏହି ଭିଡିଓରେ ପାଣ୍ଡିଆନ୍ କହିଛନ୍ତି ଯେ, ମୋ ବିରୋଧରେ ଚାଲିଥିବା ପ୍ରଚାର ଦଳକୁ କ୍ଷତି ପହଞ୍ଚାଇଛି । ଏଥିପାଇଁ ମୁଁ ଦୁଃଖିତ । ନବୀନଙ୍କୁ ସହଯୋଗ କରିବା ପାଇଁ ରାଜନୀତିକୁ ଆସିଥିବା ସେ ଏହି ଭିଡିଓରେ କହିଛନ୍ତି । କିନ୍ତୁ ନିର୍ବାଚନରେ ବିଜୁ ଜନତା ଦଳର ପରାଜୟ ପାଇଁ ସେ ସମଗ୍ର ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ, ରାଜନୀତିର ଏହି ଯାତ୍ରାରେ କାହାକୁ ଆଘାତ ଦେଇଥିଲେ ମୁଁ ଦୁଃଖିତ ।

Related Articles

Back to top button