ପାରାଦ୍ୱୀପ ବନ୍ଦରରେ ଲାଗିଲା ଶିବାଲିକ ଶ୍ରେଣୀର ଯୁଦ୍ଧ ଜାହାଜ ‘ ଆଇଏନଏସ ସତପୁରା’

ନୌସେନା ଦିବସ ପାଇଁ ପାରାଦ୍ୱୀପ ବନ୍ଦରରେ ଲାଗିଲା ଶିବାଲିକ ଶ୍ରେଣୀର ଯୁଦ୍ଧ ଜାହାଜ ‘ ଆଇଏନଏସ ସତପୁରା’। ଏହି ଯୁଦ୍ଧ ଜାହାଜ କୁ ଦେଖିବାକୁ ପାରାଦୀପ ବନ୍ଦର ନିକଟରେ ପ୍ରବଳ ଭିଡ଼ ଲାଗିଛି। ବନ୍ଦର ବର୍ଥରେ ଏହି ଯୁଦ୍ଧ ଜାହାଜର କଳାକୌଶଳ ଓ ବିଭିନ୍ନ ଯୁଦ୍ଧ ସାମଗ୍ରୀ ଗୁଡିକ ଦେଖିବା ପାଇଁ ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି।ପ୍ରତ୍ୟେକ ବର୍ଷ ଡିସେମ୍ବର ୪ କୁ ନୌସେନା ଦିବସ ଭାବରେ ପାଳନ କରାଯାଇଥାଏ l ୧୯୭୧ ମସିହା ଭାରତ ପାକିସ୍ତାନ ଯୁଦ୍ଧରେ ଯେଉଁଭଳି ଭାରତୀୟ ନୌସେନା ବିରଳ କୃତିତ୍ୱ ହାସଲ କରିଥିଲା, ଏବଂ ଶତ୍ରୁପକ୍ଷ କୁ ଆକ୍ରମଣ କରି ଧୂଳିସାତ କରିଥିଲା ଏହି କୃତିତ୍ୱ ଓ ଗାରିମା କୁ ନେଇ ପ୍ରତ୍ୟେକ ବର୍ଷ ନଭେମ୍ବର ଶେଷ ସପ୍ତାହ ଠାରୁ ନୌସେନା ସପ୍ତାହ ପାଳନ କରାଯିଵା ସହିତ ଡିସେମ୍ବର ଚାରି ତାରିଖ କୁ ନୌସେନା ଦିବସ ପାଳନ କରାଯାଏ l ଦୀର୍ଘ ୫୩ ବର୍ଷ ଧରି ନୌସେନା ଦିବସ ପାଳନ ହୋଇଆସୁଛି । ଚଳିତବର୍ଷ ଏହା ଓଡିଶାର ପୁରୀ, ଗୋପାଳପୁର,ପାରାଦ୍ବୀପରେ ପାଳନ କରାଯାଉଥିବା ବେଳେ ଓଡ଼ିଶାବାସୀ ଚାତକ ଭଳି ଅପେକ୍ଷା କରିଛନ୍ତି ନୌସେନା ଦିବସ ପାଳନ ଦେଖିବାକୁ। ଏହାକୁ ଦୃଷ୍ଟିରେ ରଖି ପାରାଦ୍ବୀପରେ ଶିବାଲିକ ଶ୍ରେଣୀର ଯୁଦ୍ଧ ଜାହାଜ ଆଇଏନଏସ ସତପୁରା ପହଞ୍ଚିଛି l

Related Articles

Back to top button