
ମୁଣ୍ଡଳୀରେ ଖସୁଛି ଜଳସ୍ତର
କଟକ: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଅନେକ ଜିଲା ପାଣି ଘେରରେ ଅଛନ୍ତି। ତେବେ ମୁଣ୍ଡଳୀରେ ଜଳସ୍ତର ସାମାନ୍ୟ ଖସିଥିବା ଜଣାପଡିଛି। ହେଲେ ଏବେ ବି ମହାନଦୀ ବିପଦ ସଙ୍କେତ ଉପରେ ରହିଛି। ମଙ୍ଗଳବାର ମୁଣ୍ଡଳୀରେ ୧୨ ଲକ୍ଷ କ୍ୟୁସେକ ଉପରେ ଜଳସ୍ତର ଥିବା ବେଳେ ବୁଧବାର ହ୍ରାସ ପାଇ ୧୧ ଲକ୍ଷ ୭୭ ହଜାର ୨୪ କ୍ୟୁସେକରେ ପହଞ୍ଚିଛି। ଅନ୍ୟପଟେ, ହୀରାକୁଦରୁ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ବୁଧବାର ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୬.୫୬ ଫୁଟ ରହିଛି।