କୋଏଲ ଓ ଶଙ୍ଖ ନଦୀରେ ବଢୁଛି ଜଳସ୍ତର: ତଳିଆ ଅଞ୍ଚଳରେ ପଶିଲା ପାଣି

ରାଉରକେଲା:  ଉପରମୁଣ୍ଡ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି କୋଏଲ ଓ ଶଙ୍ଖ ନଦୀର ଜଳସ୍ତର। ଫୁଲୁଛି ବ୍ରାହ୍ମଣି , ଯାହା ଫଳରେ ରାଉରକେଲାରେ ତଳିଆ ଅଞ୍ଚଳ ବାକୁଘାଟରେ ବନ୍ୟା ପାଣି ପଶିଯାଇଛି।

ସେହିପରି ଶନିବାର  ରାତିରେ ବାକୁଘାଟ ଅଞ୍ଚଳରେ ୩୦ ଘର ଜଳବନ୍ଦୀ ହୋଇଯାଇଛି। ଲୋକଙ୍କ ସହାୟତା ପାଇଁ ପହଁଚିଛି ରାଉରକେଲା ପ୍ରଶାସନ। ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଦେବାକୁ ନିଷ୍ପତ୍ତି ହୋଇଛି । ବାଲୁଘାଟ ଅଞ୍ଚଳକୁ ପ୍ରତ୍ୟେକ ବର୍ଷ ବନ୍ୟା ପାଣି ମାଡୁଛି । ହେଲେ ସ୍ଥାୟୀ ପ୍ରତିକାର କରୁନାହିଁ ପ୍ରଶାସନ। ସେପଟେ ମନ୍ଦିରା ଡ୍ୟାମର ୧୧ଟି ଗେଟ ରୁ ଆଜି ୨ଟି ଗେଟ୍ ଖୋଲିଛି। ମନ୍ଦିରା ଡ୍ୟାମର ବିପଦ ସଂକେତ ୬୯୦ ଫୁଟ ଥିବା ବେଳେ ଜଳସ୍ତର ଛୁଇଁଛି ୬୫୦ । ପାଣି ବଢ଼ିବାରେ ଲାଗିଛି, ଯଦି ଲଗାତାର ପାଣି ବଢେ ଆଗକୁ ଆହୁରି ଗେଟ୍ ଖୋଲିବାର ସମ୍ଭାବନା ରହିଛି।

Related Articles

Back to top button