
ବୁଧବାର ମହାପ୍ରଭୁଙ୍କ ବନକଲାଗି : ୪ଘଣ୍ଟା ବନ୍ଦ ରହିବ ଦର୍ଶନ
ଆସନ୍ତାକାଲି ୪ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ । ସଂଧ୍ୟା ୬ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ଜଗା ଦର୍ଶନ ମନା । ବନକଲାଗି ନୀତି ପାଇଁ ଚାରିଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ଦ୍ଵିତୀୟ ଭୋଗମଣ୍ଡପ ଶେଷ ପରେ ଦର୍ଶନ ବନ୍ଦ ରହିବ । ରାତି ୧୦ଟା ପରେ ଆରମ୍ଭ ହେବ ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।