ଚଳିତ ମାସରେ ରାସନ ହିତାଧିକାରୀଙ୍କୁ ମିଳିବ ଗହମ

ରାସନକାର୍ଡଧାରୀଙ୍କ ପାଇଁ ବଡ଼ ଖବର। ଚଳିତ ମାସରେ ହିତାଧିକାରୀଙ୍କୁ ଗହମ ମିଳିବ। ଏନେଇ ସୂଚନା ଜାରି କଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ଯେତିକି ଗହମ ଆସିଥିଲା ଦେବାକୁ ନିର୍ଦ୍ଦେଶ ରହିଛି। ଏହାକୁ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥଗିତ ରଖାଯାଇଛି।ସେ ଆହୁରି କହିଛନ୍ତି ଯେ, ପୁଣି କେନ୍ଦ୍ରରୁ ଆସିଲେ ହିତାଧିକାରୀଙ୍କୁ ମିଳିବ। କିଛି ମାସ ତଳେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କହିଥିଲେ ଯେ, ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ମିଳିବ ଗହମ। ପୂର୍ବରୁ ଗହମ ଯୋଗାଣ ବନ୍ଦ ଥିବା ବେଳେ ହିତାଧିକାରୀଙ୍କୁ ଗହମ ଯୋଗାଇବାକୁ ନିଷ୍ପତି ନେଇଛନ୍ତି ସରକାର।

ସେ ଆହୁରି କହିଥିଲେ ଯେ, କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରଥମ ପର୍ଯ୍ୟାୟ ଗହମ ପହଞ୍ଚିଛି। କିନ୍ତୁ ଗହମ ରଖିବା ପାଇଁ ଗୋଦାମ ବ୍ୟବସ୍ଥା ଓ ପରିବହନ ବ୍ୟବସ୍ଥା ସୁବିଧା ନଥିବାରୁ ଏପର୍ଯ୍ୟନ୍ତ ଗହମ ଯୋଗା ଯାଇ ପାରିନାହିଁ ବୋଲି କହିଥିଲେ ଯୋଗାଣ ମନ୍ତ୍ରୀ।ଏଣିକି ବଳକା ଚାଉଳ ନେବ ଏଫସିଆଇ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା। ବଳକା ୧୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ନେବାକୁ ସହମତି ପ୍ରକାଶ ପାଇଛି। ଏଫସିଆଇ ସହ ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି। ଚଳିତ ବର୍ଷ ୯୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର।

Related Articles

Back to top button