
ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଚାବି ହଜାଇବା ଘଟଣାର ତଦନ୍ତ ହେବ : ରାଜନାଥ ସିଂ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରେଢ଼ାଖୋଲ ସଭାରେ ସମ୍ବୋଧନ କରି କହିଛନ୍ତି ଯେ ଏଠି ୫୦ ବର୍ଷ କଂଗ୍ରେସ, ୨୫ ବର୍ଷ ବିଜେଡି ଶାସନ କରିଛି। ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି। ଏପରିକି ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେ। ଯେଉଁଦିନ ଆମ ସରକାର ହେବ ତାହାର ତଦନ୍ତ ହେବ। କିଏ ରତ୍ନଭଣ୍ଡାର ଚାବି ହଜାଇଲା ତଦନ୍ତ ହେବ। ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ଛବି ବଦଳିଛି।
ଏବେ ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ସମସ୍ତେ ଧ୍ୟାନ ଦେଇ ଶୁଣୁଛନ୍ତି। ରୁଷିଆ-ୟୁକ୍ରେନ ସଂଘର୍ଷରେ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଥିଲେ। ପୁତିନ ଓ ଜେଲେନସ୍କି ସହ କଥା ହୋଇ ମୋଦୀ ସାଢ଼େ ୪ ଘଣ୍ଟ ଯୁଦ୍ଧ ରୋକିଲେ। ଓଡ଼ିଶାରେ ପକ୍କା ଘର ଯେଭଳି ହେବା କଥା ବିଜେଡି ସରକାର କରିନି।
ଓଡ଼ିଶାରେ ଆୟୁଷ୍ମାମ ଯୋଜନା ଲାଗୁ କରାଯାଉନି। ବିଜେପି ସରକାର ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ। ଆମେ ଯାହା କହୁ ତାହା କରୁ। ୩୭୦ ଧାରା ହଟାଇଲୁ। ରାମ ମନ୍ଦିର ପ୍ରତିଷ୍ଠା କଲୁ। ତିନି ତଲାକ ମଧ୍ୟ ସମାପ୍ତ କଲୁ ବୋଲି ରାଜଧାନ ସିଂ ପ୍ରକାଶ କରିଛନ୍ତି।