ଗଣମାଧ୍ୟମକୁ ଅର୍ଚ୍ଚନାଙ୍କ ତାଗିଦ ‘ମିଥ୍ୟା ଖବର ପ୍ରଚାର କରନ୍ତୁ ନାହିଁ’

ଭୁବନେଶ୍ୱର: ମାସକ ପରେ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କୁ କ୍ୟାମେରା ସାମ୍ନାରେ ଦେଖିବାକୁ ମିଳିଛି। ବୁଧବାର କଡ଼ା ସୁରକ୍ଷା ବଳୟ ଭିତରେ ଝାରପଡ଼ା ଜେଲ୍‌ରୁ ଭୁବନେଶ୍ୱର ଏସ୍‌ଡିଜିଏମ୍‌ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ସେଠାରେ ଅର୍ଚ୍ଚନା ହାଜିରା ପକାଇବା ପରେ ଜାମିନ ଆବେଦନ କରିଥିଲେ। ଭୁବନେଶ୍ୱର କୋର୍ଟ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ତେବେ ଅର୍ଚ୍ଚନାଙ୍କୁ ପୁଣି କଡ଼ା ସୁରକ୍ଷାବଳୟ ମଧ୍ୟରେ ପୁଣି ଝାରପଡ଼ା ଜେଲ୍‌ ଯିବାକୁ ପଡ଼ିଛି।

ଅର୍ଚ୍ଚନା ପୋଲିସ ଗାଡ଼ିରୁ ଓହ୍ଲାଇବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଘେରି ଯାଇ ଅନେକ ପ୍ରଶ୍ନ ପଚାରିଥିଲେ। ମାତ୍ର ସେ କହିଥିଲେ, ସମୟ ଆସିଲେ ସବୁ ସତ କହିବି। ଦୟାକରି ଆପଣମାନେ ମିଥ୍ୟା ଖବର ପ୍ରଚାର କରନ୍ତୁ ନାହିଁ। ଏହା ପରେ ପୋଲିସମାନେ ତାଙ୍କୁ ନେଇ ଯାଇଥିଲେ।

ସୂଚନାଯୋଗ୍ୟ, ଲେଡି ବ୍ଲାକମେଲର ଅର୍ଚ୍ଚନା ଜଣେ ଯୁବତୀଙ୍କୁ ମୋହରା ସଜାଇ ଅକ୍ଷୟ ପରିଜାଙ୍କ ଆପତ୍ତିଜନକ ଫଟୋ ଶୁଟ୍‌ କରିବା ସହ ୩ କୋଟି ଟଙ୍କା ମାଗିଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। ସେହିପରି ଖଣ୍ଡଗିରି ଥାନାରେ ମଧ୍ୟ ଅନ୍ୟ ଜଣେ ମହିଳା ଲେଡି ବ୍ଲାକମେଲର ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହା ପରେ ଧିରେ ଧିରେ ଅର୍ଚ୍ଚନାଙ୍କ ବ୍ଲାକ୍‌ମେଲ ପେଡ଼ି ଖୋଲିଥିଲା। ଫଳସ୍ବରୁପ ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀ ଏବେ ଜେଲ୍‌ରେ ଦିନ କାଟୁଛନ୍ତି।

Related Articles

Back to top button