ରାଜ୍ୟରେ ପୁଣି ଅସ୍ତବ୍ୟସ୍ତ କରିବ ଜାଡ ସହ କୁହୁଡି
ରାଜ୍ୟରେ ପୁଣିଥରେ ଶୀତର ଲହରୀ ଆରମ୍ଭ ହୋଇଗଲାଣି । ତେବେ ରାଜ୍ୟରେ ଥଣ୍ଡା ଅନୁଭୂତ ହେବେ ସହ ଘନ କୁହୁଡି ମଧ୍ୟ ଦୃଶ୍ୟମାନ ହେଉଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବାକୁ ଥିବାରୁ ପାଣିପାଗ ବିଭଗ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ , କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୦.୯ ଡିଗ୍ରୀ ରହିଥିଲା ବେଳେ ଜି ଉଜୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୦ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି କଟକରେ ୧୪.9 ଡିଗ୍ରୀ ଓ ଭୁବନେଶ୍ୱରରେ ୧୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆଗାମୀ ୨୪ ଘଣ୍ଟାରେ ଘନ କୁହୁଡିର ଚାଦର ରାଜ୍ୟର କେତେକ ଅଞ୍ଚଳରେ ଢାଙ୍କି ହୋଇ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲା । ସକାଳୁ ସକାଳୁ ତେବେ ବିଭିନ୍ନ ସ୍ଥାନରେ ଘନ କୁହୁ଼ଡି କାରଣରୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି । ଏପରିକି ପୁଣିଥରେ ସୀତା ବଢ଼ିବାରୁ ଜୀବନ ଯାତ୍ରା ବ୍ୟାହତ ହେବାରେ ଲାଗିଲାଣି।