ନଭେମ୍ୱର ୧୨ରୁ ଓଡ଼ିଶାରେ କମିବ ତାପମାତ୍ରା, ବଢ଼ିବ ଶୀତ

ଭୁବନେଶ୍ୱର: ଏବେ ଧିରେ ଧିରେ ଓଡ଼ିଶାରେ ପ୍ରଭାବ ଅନୁଭୂତ ହେବାରେ ଲାଗିଛି। ସେଥିପାଇଁ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୁହୁଡ଼ି ପଡ଼ିବା ସହିତ ଥଣ୍ଡା ପଡ଼ିବା ଆରମ୍ଭ ହୋଇଛି। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ସର୍ବାଧିକ ଥଣ୍ଡା ଅନୁଭୂତ ହେଉଛି।

 

ରାଜ୍ୟରେ ଶୀତର ପ୍ରେକୋପ ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ସହିତ ଟୁଇଟ୍‌ କରି ସୂଚନା ଦେଇଛି । ନଭେମ୍ୱର ୧୨ ପରେ ରାଜ୍ୟରେ ଓଡ଼ିଶାପେ ପାରଦ ଖସିବା ସହିତ ଶୀତ ବଢ଼ିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର  ଜଣାଇଛି। ଅନ୍ୟପଟେ ଆଗାମି ୩ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା କୁହାଯାଇଛି। କିନ୍ତୁ ୨ ଦିନ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

Related Articles

Back to top button