ଆଜିଠୁ ଆରମ୍ଭ ହେଲା ଶୀତ ଅବକାଶ, ଜାନୁଆରୀ ୨ରେ ଖୋଲିବ ହାଇକୋର୍ଟ

କଟକ:ଆଜିଠୁ ଆରମ୍ଭ ହେଲା ହାଇକୋର୍ଟଙ୍କ ଶୀତ ଅବକାଶ। ଆସନ୍ତା ବର୍ଷ ଅର୍ଥାତ  ୨୦୨୩, ଜାନୁଆରି ୨ରେ ହାଇକୋର୍ଟ ଖୋଲିବ। ତେବେ ଶୀତ ଅବକାଶ ସମୟରେ ଡିସେମ୍ବର ୨୬, ୨୭, ୨୮, ୨୯, ୩୦ ଓ ୩୧ରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି। ଏହି  ଶୀତ ଅବକାଶ ସମୟରେ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଅବକାଶକାଳୀନ ବିଚାରପତି ଭାବେ ଦାୟିତ୍ବରେ ରହିବେ।

ଅବକାଶ ସମୟରେ ହାଇକୋର୍ଟ କାର୍ଯ୍ୟ ସମୟର ସୂଚନା ମଧ୍ୟ ଦିଆଯାଇଛି । ଏହି ସମୟରେ ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ରୁଜୁ କରାଯାଇ ପାରିବ । ଅବକାଶ ଦାୟିତ୍ବରେ ଥିବା ଅଧିକାରୀ ଏହାକୁ ଗ୍ରହଣ କରିବେ।   ଇ-ଫାଇଲିଂ ପୋର୍ଟାଲ ମାଧ୍ୟମରେ ମଧ୍ୟ ମାମଲା ଦାଖଲ କରାଯାଇ ପାରିବ  ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ତରଫରୁ ଏକ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

Related Articles

Back to top button