୨୦୧୯ ପର୍ଯ୍ୟନ୍ତ ଅନାଦେୟ ଇ-ଚାଲାଣ ପ୍ରତ୍ୟାହାର

କଟକ ଅଫିସ: ରାଜ୍ୟର ବିଭିନ୍ନ ଯାନ ଉପରେ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅନାଦେୟ ହୋଇ ପଡ଼ିରହିଥିବା ଇ-ଚାଲାଣଗୁଡ଼ିକୁ ପ୍ରତ୍ୟାହାର କରିନିଆଯାଇଛି। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବଙ୍କ ପତ୍ର ଅନୁସାରେ ସମ୍ପୃକ୍ତ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କ ଦ୍ୱାରା ଉପରୋକ୍ତ ସମୟ ସୀମା ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ଅନାଦେୟ ଇ-ଚାଲାଣ ସମ୍ପର୍କିତ ମାମଲାଗୁଡ଼ିକୁ ପ୍ରତ୍ୟାହାର କରିନିଆଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନାଦେୟ ଇ-ଚାଲାଣ ସମ୍ପର୍କିତ ମାମଲାଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ଅତିକ୍ରମ ହୋଇଥିବା କାରଣରୁ ଅଦାଲତରେ ବିଚାର ପାଇଁ ଅଗ୍ରାହ୍ୟ ହୋଇଥିବା ଜଣାଯାଇଛି।

Related Articles

Back to top button