ଅନ୍ତ୍ୟୋଦୟ ଗୃହ ଯୋଜନାରେ ସର୍ଭେ କରାଯାଇ ୨ ମାସ ଭିତରେ ଦିଆଯିବ ୱାର୍କ ଅର୍ଡର

ରାଜ୍ୟବାସୀଙ୍କ ପାଇଁ ଆସିଛି ଖୁସି ଖବର । ଅନ୍ତ୍ୟୋଦୟ ଗୃହ ଯୋଜନାରେ ସର୍ଭେ କରାଯାଇ ୨ ମାସ ଭିତରେ ୱାର୍କ ଅର୍ଡର ଦିଆଯିବ । ଚଳିତ ବର୍ଷ ମୋଟ ୧ ଲକ୍ଷ ୬୦ ହଜାର ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯିବ । କେହି ଜଣେ ବି ହିତାଧିକାରୀ ଏହି ଯୋଜନାରୁ ବାଦ ପଡ଼ିବେ ନାହିଁ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।

ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି, ୨୦୨୫ ମସିହାର ମେଗା ପାଇପ ଜଳ ଯୋଗାଣର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । କିନ୍ତୁ ବିଗତ ସରକାର ପାଣିର ସମସ୍ୟାକୁ ଦୃଷ୍ଟି ଦେଉନ ଥିଲେ । କିନ୍ତୁ ଏ ସରକାର ଜଳ ସମସ୍ୟାକୁ ଗୁରୁତର ସହ ନେଇଛନ୍ତି । ୫ ଲକ୍ଷ ୨୦ ହଜାର ନଳକୂପ ଥିବାବେଳେ ୨୧,୩୦୦ ନଳକୂପ ବିଭିନ୍ନ ଜିଲ୍ଲାକୁ ଅନୁମୋଦନ ହୋଇଛି । କିନ୍ତୁ କିଛି ଯାନ୍ତ୍ରିକ ଗାଡ଼ିର ଅଭାବ ରହିଛି, ଜିଲ୍ଲାର ବୈଦାନ୍ୟ ବ୍ୟକ୍ତିଙ୍କଠାରୁ ଗାଡ଼ିର ସହଯୋଗ ଲୋଡ଼ିଛନ୍ତି ମନ୍ତ୍ରୀ । ସେହିପରି ଜଳ ସମସ୍ୟାକୁ ଲୋକଲୋଚନକୁ ଆଣୁଥିବାରୁ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ । ବ୍ଲକ ସ୍ତରରେ ପାଣି ସମସ୍ୟା ତୁରନ୍ତ ଜଣାଇଲେ ତୁରନ୍ତ ସମସ୍ୟାର ସମାଧାନ ହେବ । ଫଳରେ ଆମେ ପାଣି କଷ୍ଟରୁ ମୁକ୍ତି ପାଇବା । ତେଣୁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ମନ୍ତ୍ରୀ ।

Related Articles

Back to top button