ବାଲୁକା କଳାରେ ବିଶ୍ବ ପର୍ଯ୍ୟଟନ ଦିବସର ଶୁଭେଚ୍ଛା

ଚଳିତ ବର୍ଷର ଥିମ୍ ରହିଛି 'Rethinking Tourism'

ପୁରୀ: ଆଜି ‘ବିଶ୍ବ ପର୍ଯ୍ୟଟନ ଦିବସ’ । ଚଳିତ ବର୍ଷର ଥିମ୍ ରହିଛି ‘Rethinking Tourism’ । ପ୍ରତି ବର୍ଷ ସେପ୍ଟେମ୍ବର 27 ତାରିଖକୁ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଏ । ବିଶ୍ବର କୋଣ ଅନୁକୋଣରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡିକ ବିଷୟରେ ଲୋକଙ୍କୁ ଅବଗତ କରିବା ସହ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ପ୍ରତ୍ୟେକ ଦେଶର ପର୍ଯ୍ୟଟନ ସ୍ଥଳୀ ହିଁ ତାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ । ପର୍ଯ୍ୟଟନ ସ୍ଥଳୀ ହିଁ ଏହାର ପରିଚୟ ହୋଇଥାଏ । ବିଶ୍ବର ପ୍ରତ୍ୟେକ ଦେଶର ଆର୍ଥିକ ବିକାଶ ପାଇଁ ପର୍ଯ୍ୟଟନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ପର୍ଯ୍ୟଟନ ଦିବସ ପ୍ରତିବର୍ଷ ପାଳନ କରାଯାଏ ।

‘ବିଶ୍ବ ପର୍ଯ୍ୟଟନ ଦିବସ’ (World Tourism Day ) ଅବସରରେ ପୁରୀ ବେଳା ଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ । ପୁରୀର ଗୋଲ୍ଡେନ ବିଚରେ ଏହା ପ୍ରଦର୍ଶିତ ହୋଇଥିବାବେଳେ, ଏହି ବାଲୁକା କଳାରେ ୨୦ ଟନ ବାଲି ବ୍ୟବହୃତ ହୋଇଛି । ଏହି ଚିତ୍ରକଳା ପ୍ରଦର୍ଶନୀ ମାଧ୍ୟମରେ ଲୋକଙ୍କ ମଧ୍ୟରେ ପର୍ଯ୍ୟଟନସ୍ଥଳୀ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ପର୍ଯ୍ୟଟନ ମାଧ୍ୟମରେ ଓଡିଶା ଏବଂ ପୁରୀକୁ ଅଧିକ ଲୋକଙ୍କୁ ଆସିବା ପାଇଁ ବାର୍ତ୍ତା ଦିଆଯାଇଛି । ଆଜିର ଦିନରେ ପର୍ଯ୍ୟଟନର ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ମୂଲ୍ୟବୋଧ ତଥା ସ୍ଥାୟୀ ବିକାଶର ଲକ୍ଷ୍ୟରେ ପର୍ଯ୍ୟଟନର ଅବଦାନ ବିଷୟରେ ଅବଗତ କରାଇଥାଏ ।

 

ବିଶ୍ବ ପର୍ଯ୍ୟଟନ ଦିବସର ଇତିହାସ

ମେକ୍ସିକୋ ସିଟିରେ 27 ସେପ୍ଟେମ୍ବର, 1970ରେ ଅନ୍ତର୍ଜାତୀୟ ୟୁନିଅନ ଅଫ ଅଫିସିଆଲ ଟ୍ରାଭେଲ ଅର୍ଗାନାଇଜେସନ (IUOTO) ଦ୍ୱାରା ଏକ ସ୍ୱତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା ଏବଂ ଷ୍ଟାଚ୍ୟୁ ଅଫ ୱାର୍ଲ୍ଡ ଟୁରିଜିମ ଅର୍ଗାନାଇଜେସନ ଗ୍ରହଣ କରାଯାଇଥିଲା। ତା’ପରେ, UNWTO ସେପ୍ଟେମ୍ବର 1979 ଶେଷରେ ବିଶ୍ୱ ପର୍ଯ୍ୟଟନ ଦିବସ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଥର ଏହା 27 ସେପ୍ଟେମ୍ବର, 1980ରେ ପାଳନ କରାଯାଇଥିଲା ।

Related Articles

Back to top button