ଶ୍ରୀମନ୍ଦିର ଚୂଡ଼ାରେ ଚଢ଼ିଗଲେ ପୂଜକ

ପୁରୀ: ବୁଧବାର ଅପରାହ୍ନରେ ଶ୍ରୀମନ୍ଦିର ଚୂଡ଼ାରେ ଅଗ୍ନିଶ୍ୱର ମହାଦେବଙ୍କ ପୂଜକ ଚନ୍ଦ୍ରଶେଖର ପଣ୍ଡା ଚଢ଼ିଯାଇଥିଲେ। ସେ ନୀଳଚକ୍ର ବାନା ଲାଗୁଥିବା ସ୍ଥାନକୁ ଚଢ଼ି ଯାଇଥିଲେ। ସେଠାରେ ବୁଲୁଥିବା ବେଳେ ଚୂନରା ସେବକମାନେ ଏହା ଦେଖିବାକୁ ପାଇଥିଲେ। ତାଙ୍କୁ ଓହ୍ଲାଇବାକୁ ପୋଲିସ ଏବଂ ଓ ଜେଟିପି ବାରମ୍ବାର କହିଥିଲେ ମଧ୍ୟ ସେ ଓହ୍ଲାଇ ନ ଥିଲେ। ପରେ ଚନ୍ଦ୍ରଶେଖର ଦକ୍ଷିଣଘର ଛାତ ଦେଇ ମୁକ୍ତିମଣ୍ଡପ ସମ୍ମୁଖରେ ଓହ୍ଲାଇଥିଲେ। ସିଂହଦ୍ୱାର ଥାନା ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related Articles

Back to top button