
୭୫ ବର୍ଷ ବୟସରେ ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କର ପରଲୋକ
କଟକ : ବିଶିଷ୍ଟ କବି,ସାହିତ୍ୟିକ, ସଙ୍ଗଠକ , ବାଗ୍ମୀ ତଥା ଓଡି଼ଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହୁସେନ ରବି ଗାନ୍ଧୀଙ୍କର ପରଲୋକ ଘଟିଛି। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଗତ କିଛିଦିନ ଧରି ସେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।
ମୁକ୍ତ ପୁର୍ବାସା, ସିଂହାସନ ଭାଙ୍ଗିବାର କାର୍ଯ୍ୟକ୍ରମ, ନିୟନ୍ତ ରାତିର ସ୍ବପ୍ନ, ବିଂଶରୁ ଏକ ବିଂଶ, ଶବ୍ଦ ବ୍ରହ୍ମ, ଲୋକଗୀତ, କର୍ଣ୍ଣ, ନିଜକୁ ଖୋଜୁଥିବା ବେଳେ, ହଜି ଯାଇଥିବା ମଣିଷ, ପୁନଶ୍ଚ ସାଲବେଗ ଆଦି ପୁସ୍ତକର ସ୍ରଷ୍ଟା ସ୍ୱର୍ଗତଃ ଗାନ୍ଧୀ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ୧୯୯୮ରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ । ୧୯୯୪ ମସିହାରେ ତାଙ୍କୁ କଟକ ମେୟରଙ୍କଦ୍ୱାରା “ବିପ୍ଳବୀ ଲୋକ କବି”ର ଆଖ୍ୟା ପ୍ରଦାନ କରାଯାଇଥିଲା ।