ଘନକୁହୁଡ଼ି ହେତୁ ୧୦ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି

ଘନକୁହୁଡ଼ି ହେତୁ ୧୦ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି । ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ପାଟ୍ରୋଲିଂ ବଢାଇବା ସହ ଡ୍ରାଇଭର ମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦିଆଯାଇଛି ।ବର୍ତ୍ତମାନ କିଛି ସ୍ଥାନରେ ପ୍ରବଳ ଖରା ଲାଗି ରହିଥିଲେ ମଧ୍ୟ କିଛି ସ୍ଥାନରେ ପାଗ କୋହଲା ରହିଛି । ଉପକୂଳ ଓଡ଼ିଶା ସମେତ କେନ୍ଦ୍ରୀୟ ଓଡ଼ିଶାରେ ପାଗ ଶୁଖିଲା ସହ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

ସେପଟେ ୨ ଦିନ ପରେ ଆହୁରି ବଢ଼ିବ ତାତି । ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ନହେଲେ ବି ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ । ସେପଟେ ଫେବ୍ରୁଆରୀରେ ପୁଣି ୩୫ ଡିଗ୍ରୀ ଛୁଇଁଛି ତାପମାତ୍ରା। ରାଜ୍ୟରେ ଶୀତ କମୁଥିବାବେଳେ ଅଧିକ ରହୁଛି କୁହୁଡ଼ି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଘନକୁହୁଡ଼ି ପାଇଁ ୧୦ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି।

ଅନ୍ୟପଟେ ଆଜି ଓ ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହୋଇପାରେ । ଉପକୂଳରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ସହ ବାୟୁମଣ୍ଡଳର ଉପରିଭାଗରେ ଥିବା ନିମ୍ନ ଚାପରେଖା ପ୍ରଭାବରେ ଏଭଳି ପାଗ ଲାଗି ରହିଛି ।

Related Articles

Back to top button