୯ଟି ଜିଲ୍ଲାରେ ଘନକୁହୁଡ଼ି ସମ୍ଭାବନା: ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ଟି ଜିଲ୍ଲାରେ ଘନକୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିବା ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟର ପାଣିପାଗ ଶୁଷ୍କ ରହିବା ସହ ବିଭିନ୍ନ ସ୍ଥାନରେ ହାଲ୍‍କାରୁ ଘନ କୁହୁଡ଼ି ରହିବାର ଆଶଙ୍କା ରହିଛି ।

ଏପରିକି ଢେଙ୍କାନାଳ, ଅନୁଗୁଳ, କଟକ, କେନ୍ଦୁଝର, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼ ଏବଂ କନ୍ଧମାଳ ଆଦି ଜିଲ୍ଲାରେ ଘନକୁହୁଡ଼ି ପରିସ୍ଥିତି ଉକ୍ରଟ ହେବ ବୋଲି ଆଶଙ୍କା କରାଯାଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୫ ଦିନ ମଧ୍ୟରେ ରାତ୍ରିକାଳୀନ ତାପମାତ୍ରାରେ ସେପରି କୌଣସି ପରିବର୍ତ୍ତନ ହେବ ନାହିଁ । ଫୁଲବାଣୀଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮ ଦଶମିକ ୫ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଛି ।

ସେହିପରି ୧୪ ତାରିଖ ମଧ୍ୟରାତ୍ରରୁ ୧୫ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଖୋର୍ଦ୍ଧା, କଟକ, ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ଉପକୂଳ ସମେତ ଉପାନ୍ତ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା ୨୦୦ରୁ ୫୦ ମିଟର ମଧ୍ୟରେ ରହିବାକୁ ଥିବାରୁ ଏହି ସମସ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିସନ(ଏସ୍‌ଆରସି)ଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିିମାନଙ୍କୁ ସତର୍କ କରାଯାଇଛି। ଘନ କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥରେ ଦୁର୍ଘଟଣା ରୋକିବାକୁ ପୁଲିସ ଓ ପରିବହନ ଅଧିକାରୀମାନେ ଗାଡ଼ି ପରିଚାଳନା ଉପରେ ଗୁରୁତ୍ୱ ଦେବେ। ରାସ୍ତା ଦୁର୍ଘଟଣା ଏଡ଼ାଇବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଏସ୍‌ଆରସିଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Related Articles

Back to top button