ଘଡଘଡି ସହ ବର୍ଷା ନେଇ ୨୩ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ପ୍ରବଳ ଖରା, ଅସହ୍ୟ ଗୁଳୁଗୁଳି ପରେ ରାଜଧାନୀ ଭୁବନେଶ୍ୱର ସହ କେତେକ ସ୍ଥାନରେ ଆଶ୍ୱସ୍ତି ଆଣିଛି ଘଡଘଡି ସହ ବର୍ଷା। ଦିନ ପ୍ରାୟ ୨ଟାରେ ରାଜଧାନୀରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି। ଘଡଘଡି ସହ ବର୍ଷା ନେଇ ୨୩ ଜିଲାକୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର, ନୟାଗଡ, କେନ୍ଦୁଝରକୁ ସତର୍କ ସୂଚନା ଜାରି କରାଯାଇଛି।

Related Articles

Back to top button