କଳା ଚାଉଳର ଉପକାରିତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଡାଇବେଟିସ୍ ରୋଗୀଙ୍କ ପାଇଁ ବ୍ଲାକ ରାଇସ୍‌ ମହୌଷଧୀ । କଳା ଚାଉଳରେ ଆଣ୍ଟି-ଅକ୍ସିଡାଣ୍ଟ ଜିଆକ୍ସାଣ୍ଟିନ୍ ଏବଂ ଲ୍ୟୁଟିନ୍ ଥାଏ। ଏହି ଆଣ୍ଟି-ଅକ୍ସିଡାଣ୍ଟ ଯୋଗୁଁ ଦୃଷ୍ଟି ଶକ୍ତି ବଢିଥାଏ । ଏବଂ ଆଖି ଜନିତ କୌଣସି ରୋଗ ମଧ୍ୟ ଦେଖାଦେବାର ଆଶଙ୍କା କମ୍ ଥାଏ । ଏହି ଚାଉଳ ପୁଷ୍ଟିକର, ସାମାନ୍ୟ ମିଠା ସ୍ୱାଦ ଯୁକ୍ତ, ବାଇଗଣୀ-କଳା ରଙ୍ଗର ହୋଇଥାଏ । ତଥାପି କେବଳ ସ୍ୱାଦିଷ୍ଟ ହେବା ଅପେକ୍ଷା, କଳା ଚାଉଳର ଏକାଧିକ ସ୍ୱାସ୍ଥ୍ୟ ଉପକାରିତା ହେତୁ ଏହାକୁ ଏକ “ସୁପରଫୁଡ୍” ଭାବରେ ବିବେଚନା କରାଯାଏ । ଏହା ପ୍ରଥମେ ଚୀନରେ ଉତ୍ପନ୍ନ ହୋଇଥିଲା ଏବଂ ପରେ ପ୍ରାୟ 10,000 ବର୍ଷ ପୂର୍ବେ ଏସିଆର ଅନ୍ୟାନ୍ୟ ସ୍ଥାନକୁ ବ୍ୟାପିଥିଲା । ଏହି ଚାଉଳ ଖାଇଲେ ଡାଇବେଟିସ୍ ଦୂରେଇ ରହିବା ସହ କ୍ୟାନସର ମଧ୍ୟ ହୋଇନଥାଏ ।ସୂଚନା ଅନୁଯାୟୀ, ଓଡ଼ିଶାର ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଏହା ଚାଷ ହେଉଛି । ସମ୍ବଲପୁର ଯୁଯୁମୁରା ଅଞ୍ଚଳର ବୀରସିଂହପଡାରେ ଚାଷ ହେଉଛି କଳାଧାନ । କଳା ଚାଉଳ କିଲୋ ପ୍ରତି ବ୍ରିକ୍ରି ହେଉଛି ୧୦୦ରୁ ୧୩୦ ଟଙ୍କାରେ ।

କଳା ଚାଉଳରେ ଆଣ୍ଟି-ଅକ୍ସିଡାଣ୍ଟ ଜିଆକ୍ସାଣ୍ଟିନ୍ ଏବଂ ଲ୍ୟୁଟିନ୍ ଥାଏ। ଏହି ଆଣ୍ଟି-ଅକ୍ସିଡାଣ୍ଟ ଯୋଗୁଁ ଦୃଷ୍ଟି ଶକ୍ତି ବଢିଥାଏ । ଏବଂ ଆଖି ଜନିତ କୌଣସି ରୋଗ ମଧ୍ୟ ଦେଖାଦେବାର ଆଶଙ୍କା କମ୍ ଥାଏ । ଏଥିରେ ଭରପୁର ମାତ୍ରାର ଭିଟାମିନ ଓ ମିନେରାଲ୍ସ ତତ୍ତ୍ବ ରହିଛି । ପାରମ୍ପାରିକ ଭାବରେ, କଳା ଚାଉଳ ଚୀନର ଔଷଧରେ ବ୍ୟବହୃତ ହେଉଥିଲା । ଏହାପୂର୍ବରୁ, କଳା ଚାଉଳ ଚୀନର ଶାସକମାନଙ୍କ ଦୀର୍ଘାୟୁ ପାଇଁ ସଂରକ୍ଷିତ ହୋଇ ରହୁଥିଲା ଏବଂ ଅନ୍ୟମାନଙ୍କ ବ୍ୟବହାର ଉପରେ ବାରଣ ମଧ୍ୟ ରହିଥିଲା । ଅନ୍ୟ ପ୍ରକାରର ଚାଉଳ ତୁଳନାରେ, ବ୍ଲାକ ରାଇସ୍‌ ରେ ପ୍ରୋଟିନର ମାତ୍ରା ସର୍ବାଧିକ । ପ୍ରତି 100 ଗ୍ରାମ କଳା ଚାଉଳରେ 9 ଗ୍ରାମ ପ୍ରୋଟିନ୍ ଥାଏ । ଏହା ମଧ୍ୟ ଲୌହର ଏକ ଉତ୍ତମ ଉତ୍ସ, ଯାହା ଆପଣଙ୍କ ଶରୀରରେ ଅମ୍ଳଜାନ ବହନ କରିବା ପାଇଁ ଜରୁରୀ ।

Related Articles

Back to top button