ହଜିଥିବା ଓ ଚୋରି ହୋଇଥିବା ମୋବାଇଲ ମିଳିପାରିବ: ସିଇଆଇଆର ପୋର୍ଟାଲ ଲଞ୍ଚ

ସାଧାରଣ ଭାବେ ଏହି ପୋର୍ଟାଲ ସମସ୍ତ ମୋବାଇଲ ୟୁଜର୍ସଙ୍କ ଆଇଏମଇଆଇ ଡାଟାବେସ ସହ ଲିଙ୍କ ରହିଥାଏ । ଏହି ପୋର୍ଟାଲକୁ ଯାଇ ଆପଣମାନେ ନିଜର ସମସ୍ୟାର ଅଭିଯୋଗ କରିପାରିବେ । ଆପଣମାନେ ନିଜର ହଜିଥିବା, ଚୋରି ମୋବାଇଲ ଡିଭାଇସକୁ ବ୍ଲକ କରିପାରିବେ । ମୋବାଇଲ ମିଳିଗଲା ପରେ ପୁଣି ଥରେ ତାହାକୁ ବ୍ୟବହାର ଯୋଗ୍ୟ କରାଇ ପାରିବେ । ତେବେ ଏଥିପାଇଁ ୟୁଜର୍ସଙ୍କୁ ଏକ ଫର୍ମ ପୂରଣ କରି ପୋର୍ଟାଲରେ ଅନଲାଇନରେ ଜମା କରିବାକୁ ପଡ଼ିବ । ମୋବାଇଲ ଚୋରି ନେଇ ଆପଣଙ୍କୁ ନିକଟସ୍ଥ ପୋଲିସ ଷ୍ଟେସନରେ ଅଭିଯୋଗ କରିବାକୁ ପଡ଼ିବ ।

ଏଥିପାଇଁ ଆପଣଙ୍କୁ https://www.ceir.gov.in/Home/index.jsp ୱେବସାଇଟକୁ ଯିବାକୁ ପଡ଼ିବ । ଏହାପରେ Block Stolen / Lost Mobile ଉପରେ କ୍ଲିକ କରି ଆବଶ୍ୟକ ତଥ୍ୟ ପ୍ରଦାନ କରିବେ । ତା’ପରେ ସବମିଟ୍ ଉପରେ କ୍ଲିକ୍ କରିବେ । ଏହାପରେ ଆପଣଙ୍କୁ କିଛି ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡ଼ିବ ।

Related Articles

Back to top button