ବିଦେଶରେ ମିଳୁଥିବା ଅଧିକ ପ୍ୟାକେଜର ଜବ୍ ଅଫର୍‌କୁ ପ୍ରତ୍ୟାଖ୍ୟାନ କରୁଛନ୍ତି ଆଇଆଇଟିଆନ୍, ଦେଶରେ ଚାକିରୀ କରିବାକୁ ଇଚ୍ଛୁକ

ନୂଆଦିଲ୍ଲୀ: ଇଞ୍ଜିନିୟରିଂ କରୁଥିବା ଅଧିକାଂଶ ଲୋକେ ବିଦେଶରେ କାମ କରିବାକୁ ଇଚ୍ଛା ରଖିଥାନ୍ତି। ପ୍ରତିବର୍ଷ ବଡ଼ଆକାରରେ ଆଇଟି ପ୍ରୋଫେସନାଲ ଚାକିରି ପାଇଁ ଅନ୍ୟ ଦେଶକୁ ଯାଇଥାନ୍ତି ମଧ୍ୟ। ଏମାନଙ୍କ ମଧ୍ୟରେ ଆଇଆଇଟି ଛାତ୍ରଙ୍କ ସଂଖ୍ୟା ଅଧିକ ଥାଏ। କିନ୍ତୁ ଏବେ କିଛି ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। ନିକଟରେ ହୋଇଥିବା ଆଇଆଇଟି ପ୍ଲେସମେଣ୍ଟ୍ସରେ ଅନେକ ଛାତ୍ର ବିଦେଶୀ କମ୍ପାନୀଙ୍କ ଠାରୁ ମିଳୁଥିବା ଜବ୍ ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ବଦଳରେ ଭାରତରେ ମିଳୁଥିବା ଜବ୍‌ ଅଫ୍‌ରକୁ ସ୍ବୀକାର କରୁଛନ୍ତି। ତେବେ ଏହା ପଛରେ ତିନି କାରଣ ଥିବାନେଇ କୁହାଯାଉଛି।

ଆଇଆଇଟି ଦିଲ୍ଳୀ ପ୍ଲେସମେଣ୍ଟ ଟିମ୍‌ର ଜଣେ ସଦସ୍ୟ କହିଛନ୍ତି ଯେ ଯେଉଁ ଛାତ୍ରମାନେ ବିଦେଶରେ ଜବ୍ ଅଫର୍‌କୁ ମନା କରୁଛନ୍ତି ସେମାନଙ୍କୁ ବିଦେଶୀ କମ୍ପାନୀ ମାନେ କୋଟି କୋଟିର ପ୍ୟାକେଜ୍ ଅଫର୍ କରୁଛନ୍ତି। କିନ୍ତୁ ଛାତ୍ରମାନେ ଏହାକୁ ପ୍ରତ୍ୟାଖ୍ୟନ କରିବା ସହ ଦେଶରେ କାମ କରିବାକୁ ପସନ୍ଦ କରୁଛନ୍ତି। ସେ ଏହା ପଛରେ ତିନି କାରଣ ଥିବା କହିଛନ୍ତି।

ପ୍ରଥମେ ଯେଉଁ ଦରମା ବିଦେଶୀ କମ୍ପାନୀ ଦେଉଥିଲେ, ସମାନ ଆକାରର ଦରମା ଭାରତରେ ବି କମ୍ପାନୀ ଅଫର୍ କରୁଛନ୍ତି।

ଦ୍ବିତୀୟରେ ଏଠାରେ ରହିବା ଖର୍ଚ୍ଚ, ଚାକିରି ମିଳୁଥିବା ଅନ୍ୟ ଦେଶ ତୁଳନାରେ କମ୍ ।

ତୃତୀୟରେ ବଜାର, ଦରମା ହିସାବରେ ଅଭିବୃଦ୍ଧି ସେହି ଦେଶ ତୁଳନାରେ ସମାନ।

Related Articles

Back to top button