ଆସନ୍ତା କାଲି ଭୁବନେଶ୍ୱରେ ହେବ ନିଯୁକ୍ତି ମେଳା, ଆଂଶିକ ଭିନ୍ନକ୍ଷମ ଭାଗ ନେଇ ପାରିବେ

ଭୁବନେଶ୍ୱର: ସମସ୍ତ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ତରଫରୁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଅଛି, ସେଥିରେ ଆଂଶିକ ଭିନ୍ନକ୍ଷମ ମାନେ (୪୦% ରୁ ଅଧିକ ନୁହେଁ) ମଧ୍ୟ ଭାଗ ନେଇ ପାରିବେ। ଏହା ୨୮ ଅକ୍ଟୋବର ୨୦୨୨ ରେ ଏନସିଏସସିଡ଼ିଏ (NCSCDA) କ୍ଯାମ୍ପସ ପରିସରରେ ଅନୁଷ୍ଠିତ ହେବ।

ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରେ ଯଥା:- ହାଉସ କିପିଙ୍ଗ , ଗ୍ରାହକ କେୟାର ଏକ୍ଜିକ୍ୟୁଟିଭ୍, ସେଲ୍ସ ଆସୋସିଏଟ୍, କିଚେନ ହେଲପେର, ସୁପରଭାଇଜର ,ଟେଲି ମାର୍କେଟିଂ ପ୍ରାୟ ୪୦୦ରୁ ଅଧିକ ପଦବୀ ନିଯୁକ୍ତି ପାଇଁ ବିଭିନ୍ନ କମ୍ପାନୀ / ସଂସ୍ଥା ଅଂଶଗ୍ରହଣ କରୁଛନ୍ତି। ପଞ୍ଚମ ଶିକ୍ଷାଗତ ପାସ , ଦଶମ ପାସ ଏବଂ ଦଶମଠାରୁ ଅଧିକ ଶିକ୍ଷାଗତ ଥିଲେ ଭାଗ ନେଇ ପାରିବେ।

ତେଣୁ, ସମସ୍ତ ଚାକିରି ଆଶାୟୀ ପାର୍ଥୀ ନିଜର ଶିକ୍ଷାଗତ ପ୍ରମାଣପତ୍ରର ନକଲ , ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍, ଭିନ୍ନକ୍ଷମ ପ୍ରମାଣପତ୍ର ଏବଂ ବାୟୋ ଡାଟା ଇତ୍ୟାଦି ଡକ୍ୟୁମେଣ୍ଟ୍ ସହିତ ଚାକିରି ମେଳାରେ ଯୋଗଦେବାକୁ ଅନୁରୋଧ କରାଯାଇଛି।

ତାରିଖ : ୨୮ ଅକ୍ଟୋବର ୨୦୨୨।

ସମୟ : ସକାଳ ୯ଟା ରୁ ଦିନ ୨ଟା ପର୍ଯ୍ୟନ୍ତ।

ବୟସ ସୀମା : ୧୮ ବର୍ଷ ରୁ ୩୫ ବର୍ଷ।

ଶିକ୍ଷାଗତ ଯୋଗ୍ୟତା : ପଞ୍ଚମ ଶ୍ରେଣୀ ଏବଂ ତାଠାରୁ ଊର୍ଦ୍ବ।

ସ୍ଥାନ: ଏନ ସି ଏସ୍ ସି ଡି ଏ, (ପୂର୍ବରୁ : ଭି ଆର ସି ଏଚ)

ପ୍ଲଟ ନଂ- ୧,୨,୫ ଏବଂ ୬

ଗଣ୍ଡମୁଣ୍ଡା, ପୋଖରୀପୁଟ, ଭୁବନେଶ୍ୱର, ଖୋର୍ଦ୍ଧା-୭୫୧୦୩୦

(ମଧୁସୂଦନ ଦାସ ପାର୍କ ସାମ୍ନା)

ଅଧିକ ସୂଚନା ପାଇଁ ଫୋନ : ୦୬୭୪୨୩୫୨୩୧୭

Related Articles

Back to top button