ନ୍ୟାସନାଲ ଲ’ ୟୁନିଭରସିଟି ଓଡ଼ିଶା ପକ୍ଷରୁ ବିଭିନ୍ନ ପଦ ପାଇଁ ନିଯୁକ୍ତି ବିଜ୍ଞାପନ

ନ୍ୟାସନାଲ ଲ’ ୟୁନିଭରସିଟି ଓଡ଼ିଶା, କଟକ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରଫେସର (ଆଇନ), ଆସୋସିଏଟ ପ୍ରଫେସର (ଆଇନ), ଆସିଷ୍ଟାଣ୍ଟ ପ୍ରଫେସର (ଆଇନ), ଆସିଷ୍ଟାଣ୍ଟ ପ୍ରଫେସର (ଇଂରାଜୀ), ଡାକ୍ତର, ଶିଶୁ ଅଧିକାର ଚେୟାର ପ୍ରଫେସର, ଶିଶୁ ଅଧିକାର ଗବେଷକ ଓ ଅଫିସ ସହାୟକ ଆଦି ବିଭିନ୍ନ ପଦରେ ନିଯୁକ୍ତି ଦିଆଯିବ ।

ସମସ୍ତ ପଦ ମଧ୍ୟରୁ କିଛି ରେଗୁଲାର ଓ ଆଉ କିଛି ଠିକା ଭିତ୍ତିରେ ନିଯୁକ୍ତି ଦିଆଯିବ । ଆସନ୍ତା ମାସ ୨ ତାରିଖ ପୂର୍ବରୁ ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନ ସ୍ପିଡ / ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି) ପ୍ରାର୍ଥୀଙ୍କୁ କର୍ତ୍ତୃପକ୍ଷଙ୍କ ନିକଟରୁ ସାର୍ଟିଫିକେଟ ଆଣିବାକୁ ପଡ଼ିବ ।

ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ପଦ ସଂଖ୍ୟା ଅଲଗା ଅଲଗା ରହିଛି । ପ୍ରାର୍ଥୀଙ୍କୁ ସାକ୍ଷାତକାର ସମୟରେ ନିଜର ଓରିଜିନାଲ ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡ଼ିବ । ଲିଖିତ ପରୀକ୍ଷା ଓ ସାକ୍ଷାତକାର ପାଇଁ ପ୍ରାର୍ଥୀଙ୍କୁ କୌଣସି ଟିଏ/ ଡିଏ ପ୍ରଦାନ କରାଯିବ ନାହିଁ । ପ୍ରାର୍ଥୀଙ୍କୁ ୧ ହଜାର ଟଙ୍କାର ଏକ ଡିମାଣ୍ଡ ଡ୍ରାଫ୍ଟ ‘ରେଜିଷ୍ଟର, ନ୍ୟାସନାଲ ଲ ୟୁନିଭରସିଟି ଓଡ଼ିଶା, ପେଏବୁଲ ଆଟ କଟକ’ ନାମରେ କରିବାକୁ ପଡ଼ିବ । ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ବିବରଣୀ ଜାଣିବା ପାଇଁ ପ୍ରାର୍ଥୀଙ୍କୁ ଅଫିସିଆଲ ୱେବସାଇଟ୍ ଲିଙ୍କ https://www.nluo.ac.in/କୁ ଯିବାକୁ ପଡ଼ିବ ।

ନୋଟିଫିକେସନ ଲିଙ୍କ: https://www.nluo.ac.in/wp-content/uploads/2023/05/Paper-Advertisment_TNT_11.05.2023.pdf

Related Articles

Back to top button