ଆର୍ଥିକ ମାନ୍ଦାବସ୍ଥା କାରଣରୁ ୧୦୦୦ କର୍ମଚାରୀଙ୍କୁ ଛଟେଇ କଲା ମାଇକ୍ରୋସଫ୍ଟ

ନୂଆଦିଲ୍ଳୀ: ଟେକ୍ କମ୍ପାନି ମାଇକ୍ରୋସଫ୍ଟ ବଡ଼ ଧରଣର କର୍ମଚାରୀଙ୍କ ଛଟେଇ କରିଛି। କୁହାଯାଉଛି ଯେ ଲାଗିରହିଥିବା ଆର୍ଥିକ ମାନ୍ଦାବସ୍ଥା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ଛଟେଇ ଏକ୍ସବକ୍ସ ଏବଂ ଏଜ୍ ଟିମ୍‌ରୁ କରାଯାଇଛି। କିଛି ରିପୋର୍ଟ ଅନୁଯାୟୀ କମ୍ପାନି ପ୍ରାୟ ୧୦୦୦ ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି। ମାଇକ୍ରୋସଫ୍ଟର ଜଣେ ଅଧିକାରୀ କହିଛନ୍ତି ଯେ ଲାଭ କମ୍ ହେବା ଏବଂ ରାଜସ୍ବ ହ୍ରାସ କାରଣରୁ ଏଭଳି ପଦକ୍ଷେପ ନିଆଯାଇଛି। ମାଇକ୍ରୋସଫ୍ଟ ଗତ ଜୁଲାଇ ତ୍ରୈମାସରେ ବିଗତ ୫ ବର୍ଷ ମଧ୍ୟରେ ସବୁଠାରୁ କମ୍ ରାଜସ୍ବ ଆୟ ରହିଛି।

ସୂଚନାଯୋଗ୍ୟ ନିକଟରେ ଅନଲାଇନ ଶିକ୍ଷା ପ୍ରଦାନ କରୁଥିବା କମ୍ପାନି ବାଇଜୁସ୍ ଏହାର ୨୫୦୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ସୂଚନା ଦେଇଥିଲା। ଯାହାକୁ ନେଇ ବାଇଜୁସ୍‌କୁ ସମାଲୋଚନାର ମଧ୍ୟ ଶିକାର ହେବାକୁ ପଡ଼ିଛି। ବାରମ୍ବାର କ୍ଷତି ସହୁଥିବାରୁ କର୍ମଚାରୀଙ୍କୁ ଛଟେଇ କରାଯାଉଥିବା  ବାଇଜୁସ୍ ପକ୍ଷରୁ କୁହାଯାଇଛି।

ସେପଟେ ‘ମେଟା’ ମଧ୍ୟ ନିଜର କର୍ମଚାରୀଙ୍କୁ ଛଟେଇ କରିଛି। ରାଜସ୍ବ ହାନୀ ଏବଂ ବୈଶ୍ବିକ ମାନ୍ଦାବସ୍ଥା କାରଣରୁ କମ୍ପାନୀ ବିଭିନ୍ନ ଡିଭିଜନରୁ କର୍ମଚାରୀଙ୍କୁ ଛଟେଇ କରିଛି। ରିପୋର୍ଟ ଅନୁଯାୟୀ, କମ୍ପାନୀ ଖର୍ଚ୍ଚ କମ୍ କରିବା ପାଇଁ ପର୍ଯ୍ୟାୟକ୍ରମେ ଏହାର ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିପାରେ।

Related Articles

Back to top button