ଓଡିଶା ପୋଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ପୋଲିସ ଚାକିରୀ ଆଶାୟୀଙ୍କ ପାଇଁ ଆସିଲା ଖୁସି ଖବର । ଖୁବ୍ ଶୀଘ୍ର ପୋଲିସ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନୋଟିସ୍ ଜାରି କରିଛନ୍ତି ।
ଓଡିଶା ପୋଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଏହି ପଦବୀଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ତେବେ ଖାଲିଥିବା ଥିବା ଏ ସମସ୍ତ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ କରାଯିବ ।
ରାଜ୍ୟର ୩୪ଟି ପୋଲିସ ଜିଲ୍ଲା ତଥା କମିଶନରେଟ୍ ପୋଲିସରେ ସେମାନଙ୍କୁ ନିଯୁକ୍ତି ଦିଆଯିବ । ଏହାଦ୍ବାରା ବିଭିନ୍ନ ଜିଲ୍ଲା ତଥା ଥାନା ମାନଙ୍କରେ ଖାଲି ଥିବା କନେଷ୍ଟବଳ ପଦବୀ ପୂରଣ ହୋଇପାରିବ ଏବଂ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ପୋଲିସର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇବ । ସରକାରୀ ସ୍ତରରେ ଏତେ ସଂଖ୍ୟକ ନିଯୁକ୍ତି ପିଲା ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।