ଭାରତୀୟ ଜୁନିଅର କ୍ରିକେଟ୍ ଟିମରେ ସ୍ଥାନ ପାଇଲେ ରାୟଗଡ଼ାର ମାନସ ଖରା

ରାୟଗଡ଼ା: ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଖେଳିବେ ରାୟଗଡ଼ାର ପୁଅ। ରାୟଗଡ଼ାର ବଣ ପାହାଡ଼ ଘେରା କାଶୀପୁର ବ୍ଲକ ପଞ୍ଚାଳି ଗାଁର ମାନସ ଖରା ଭାରତୀୟ ଜୁନିଅର କ୍ରିକେଟ୍ ଟିମରେ ସ୍ଥାନ ପାଇଛନ୍ତି। ଆସନ୍ତା ଅକ୍ଟୋବର ୧୫ରେ ଭାରତୀୟ ଜୁନିଅର କ୍ରିକେଟ୍ ଟିମ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ । ଏହି ମ୍ୟାଚରେ ଭାରତୀୟ ଜୁନିଅର ଦଳ ପାଇଁ ଖେଳିବେ ରାୟଗଡ଼ାର ମାନସ ଖରା । ଯାହାକୁ ନେଇ ସାରା ଜିଲ୍ଲାରେ ଖୁସିର ଲହରି ଖେଳି ଯାଇଛି।

କ୍ରିକେଟରେ ରୁଚି ରଖୁଥିବା ମାନସ ଜଣେ ମେଧାବୀ ଛାତ୍ର । ଗାଁରେ ମୋବାଇଲ୍ ନେଟୱର୍କ ନଥିବା ବେଳେ ମାନସଙ୍କ ବାପା ଗୋଟିଏ ଛୋଟିଏ ଦୋକାନ କରିଛନ୍ତି। ପାରିବାରିକ ଅସୁବିଧା ସତ୍ତ୍ୱେ ସବୁ ବାଧା ବିଘ୍ନକୁ ଏଡ଼ାଇ ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ମାନସ ଭାରତୀୟ ଜୁନିଅର କ୍ରିକେଟ୍ ଦଳରେ ସାମିଲ୍ ହୋଇଛନ୍ତି।

ବଣ ମଲ୍ଲୀ ବଣରେ ଫୁଟି ମଉଳି ଯାଏ । କିନ୍ତୁ ମାନସ ଖରା ବଣ ପାହାଡ଼ ଘେରା ପଞ୍ଚାଳିର ଛାତିକୁ କୁଣ୍ଢେମୋଟ କରିଛନ୍ତି। ସମସ୍ତଙ୍କ ଆଶା ଆଗକୁ ଅନ୍ତର୍ଜାତୀୟ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ମାନସ ଭାରତୀୟ ଦଳ ସହ ରାଜ୍ୟ ପାଇଁ ଗୌରବ ଆଣିବେ।

Related Articles

Back to top button