ଏସିଆ କପ୍‌ ସୁପର ୪ରେ ପହଞ୍ଚିଛି ଆଫଗାନିସ୍ତାନ ଦଳ: ବାଂଲାଦେଶକୁ ୭ ଓ୍ଵିକେଟ୍‌ରେ ହରାଇଲା

ସାରଜା: ପୁଣି ଥରେ ବୋଲିଂ ଏବଂ ବ୍ୟାଟିଂରେ କମାଲ କଲା ଆଫଗାନିସ୍ତାନ। ଏସିଆ କପ୍‌ର ତୃତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ୭ ଓ୍ଵିକେଟ୍‌ରେ ହରାଇ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି। ବିଜୟ ସହିତ ପ୍ରଥମ ଦଳ ଭାବେ ସୁପର ୪ରେ ପହଞ୍ଚିଛି ଆଫଗାନିସ୍ତାନ। ବାଂଲାଦେଶ ଦ୍ଵାରା ଧାର୍ଯ୍ୟ ୧୨୮ ରନର ବିଜୟ ଲକ୍ଷ୍ୟକୁ ଦଳ ୧୮.୩ ଓଭରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ନଜିବୁଲ୍ଲା ଜୋରଦାନଙ୍କ ବିସ୍ଫୋରକ(୧୭ ବଲ୍ ୪୩ ରନ) ଏବଂ ଇବ୍ରାହିମ ଜର୍ଦ୍ଦାନଙ୍କ ୪୨ ବଲରେ ଆଫଗାନିସ୍ତାନ ମ୍ୟାଚ୍‌କୁ ଜିତି ନେଇଛି। ଦଳ ବିଜୟରେ ମୁଜିବ ଉର ରେହମାନ, ରଶିଦ ଖାନ ଏବଂ ଏହି ଦୁଇ ବ୍ୟାଟସମ୍ୟାନ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୨୭ ରନ କରିଥିଲା। ମୁଜିବ ୧୬ ରନ ଦେଇ ୩ ଏବଂ ରଶିଦ ୨୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ୨୮ ରନରେ ପ୍ରଥମ ୪ ଓ୍ଵିକେଟ୍ ହରାଇ ଦଳ ବ୍ୟାଟିଂ ବିପର୍ଯ୍ୟ ଭୋଗିଥିଲା ବାଂଲାଦେଶ। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ବଡ ସ୍କୋର କରିବାରେ ବିଫଳ ହୋଇଥିଲା।  ତେବେ ମୋସାଡେକ  ହୋସେନଙ୍କ ଅପରାଜିତ ୪୮ ରନର ଲଢୁଆ ଇନିଂସ ବଳରେ ବାଂଲାଦେଶ ୧୨୭ ରନସ୍କୋରରେ ପହଞ୍ଚି ପାରିଥିଲା। ତାଙ୍କ ବ୍ୟତୀତ ମହମଦୁଲ୍ଲା ୨୫ ରନ କରିଥିଲେ। ।

ଜବାବରେ ଆଫଗାନିସ୍ତାନ ୧୫ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍  ହରାଇଥିଲେ ହେଁ ରନ ଗତି ଜାରି ରଖିଥିଲା। ରହମନୁଲ୍ଲା ଗୁରବାଜ ୧୧ ରନ କରି ଆଉଟ୍ ହୋଇଥିଲେ। ପରେ  ହଜରତୁଲ୍ଲା ଜଜାଇ ୨୩ ରନ କରି ପାଭିଲିୟନ ଫେରିଥିଲେ। ୬୨ ରନ ସ୍କୋରରେ ଅଧିନାୟକ ମହମ୍ମଦ ନବି(୮) ଆଉଟ୍ ହେବା ଆଫଗାନିସ୍ତାନକୁ ବଡ ଝଟକା ଲାଗିଥିଲା। ଆଫଗାନିସ୍ତାନ ରନ ଗତି ଧିମେଇ ଯାଇଥିଲା। ମ୍ୟାଚ୍ ରୋମାଞ୍ଚକର ମୋଡ ନେଇଥିଲା। ତେବେ ଇବ୍ରାହିମ ଜର୍ଦ୍ଦାନ ଏବଂ ନଜିବୁଲ୍ଲା ଜର୍ଦ୍ଦାନ ଦମଦାର ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ଚତୁର୍ଥ ଓ୍ଵିକେଟ୍‌ରେ ୬୯ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ବିଶେଷ କରି ନଜିବୁଲ୍ଲା ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଦମଦାର ବିଜୟ ଦେଇଛନ୍ତି। ସେ ୧୭ ବଲରୁ ୧ ଚୌକା ଏବଂ ୬ ଛକା ଜରିଆରେ ୪୩ ରନ ଏବଂ ଇବ୍ରାହିମ ୪୧ ବଲରୁ ୪୨ ରନ କରି ଅପରାଜିତ ଥିଲେ।

Related Articles

Back to top button