ବୟସ ଜାଲିଆତି ଅଭିଯୋଗ ନେଇ ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନଙ୍କ ବିରୁଦ୍ଧରେ ମାମଲା ରୁଜୁ

ବାଙ୍ଗାଲୋର: ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନଙ୍କ ବିରୁଦ୍ଧରେ ରୁଜୁ ହୋଇଛି ଏଫଆଇଆର । ବୟସ ଜାଲିଆତି କରିଥିବା ଅଭିଯୋଗ ନେଇ ଲକ୍ଷ୍ୟ ସେନ, ତାଙ୍କ ପରିବାର ଏବଂ ପୂର୍ବତନ ଭାରତୀୟ କୋଚ ବିମଲ କୁମାର ମଧ୍ୟ ଏଥିରେ ଫସିଛନ୍ତି । ଏମ.ଗୋଭିପ୍ପା ନାଗରାଜନାମକ ଜନୈକ ବ୍ୟକ୍ତି ସେମାନଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆଣିଛନ୍ତି । ୨୧ ବର୍ଷୀୟ ଲକ୍ଷ୍ୟ ଏବଂ ତାଙ୍କ ଭାଇ ଚିରାଗ ସେନ ବୟସ ଜାଲିଆତି କରି ୨୦୧୦ ପରଠାରୁ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ଆସୁଛନ୍ତି । ସେମାନଙ୍କ ବିରୁଦ୍ଧରେ ୪୨୦, ୪୬୮, ୪୭୧ ଓ ୩୪ ଧାରା ମାମଲା ରୁଜୁ କରାଯାଇଛି ।

ଉତରାଖଣ୍ଡର ଲକ୍ଷ୍ୟ ଓ ଚିରାଗ ପ୍ରକାଶ ପାଦୁକୋନ ବ୍ୟାଡମିଂଟନ ଏକାଡେମୀରେ ବିମଲଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ । ବୟସ ଜାଲିଆତି ଏବଂ ନକଲି ଜନ୍ମ ପ୍ରମାଣ ପତ୍ର ଦେଇ ସେମାନେ ଲକ୍ଷ୍ୟଙ୍କ ବୟସ ୩ ବର୍ଷ କମାଇ ଦେଇଛନ୍ତି ବୋଲି ନାଗରାଜ ଅଭିଯୋଗ ଆଣିଛନ୍ତି । ଲକ୍ଷ୍ୟ ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଭାରତ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ବିଭିନ୍ନ ସମ୍ମାନ ପ୍ରତ୍ୟାହାର କରି ନିଆଯିବ ।

Related Articles

Back to top button