ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ୨୦୨୨: ଜେଭ୍‌ଲିନ୍‌ ଥ୍ରୋରେ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହେଲେ ଅନ୍ନୁ ରାଣୀ

ବର୍ମିଂହାମ: ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳୀମାନେ ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତ ପୀଇଁ ଗୌରବ ଆଣିବା ଜାରି ରଖିଛନ୍ତି। ଏହା ମଧ୍ୟରେ ଭାରତର ମହିଳା କ୍ରୀଡ଼ାବିତ ଅନ୍ନୁ ରାଣୀ ଜେଭଲିନ୍‌ ଥ୍ରୋ ବିଭାଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସବୁଠାରୁ ବିଶେଷ କଥା ହେଉଛି ଜେଭ୍‌ଲିନ୍‌ ଥ୍ରୋ ବିଭାଗରେ ପଦକ ହାସଲ କରିବାରେ ଅନ୍ନୁ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଖେଳାଳୀ। ସେ ପଦକ ଜିତିବା ପରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମୋଟ୍‌ ୪୭ଟି ପଦକ ହାସଲ କରିଛି।

ଅନ୍ନୁ ରାଣୀ ରବିବାର ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ଜିତି କେବଳ ଭାରତ ନୁହେଁ ସାରା ବିଶ୍ୱ ପାଇଁ ଇତିହାସ ସୃଷ୍ଟି କରିଛନ୍ତି। ସେ ଏହି ଉପଲବ୍ଧି ହାସଲ କରିବା ସହିତ ଦେଶର ପ୍ରଥମ ଜେଭ୍‌ଲିନ୍‌ ଖେଳାଳୀ ହୋଇଛନ୍ତି। ଅନ୍ନୁ ତାଙ୍କ ତୃତୀୟ ପ୍ରୟାଶରେ ୬୦ ମିଟର ଦୂରକୁ ଜେଭଲିନ୍‌ ଫିଙ୍ଗି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବିଶ୍ୱ ବିଜେତା ଅଷ୍ଟ୍ରେଲିଆର କେଲସେ ଲି ବାର୍ବର ୬୪.୪୩ ମିଟର ଜେଭ୍‌ଲିନ୍‌ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ହମୱତନ ମେକେଞ୍ଜୀ ଲିଟିଲ୍‌ ୬୪.୨୭ ମିଟର ଦୂରକୁ ପର୍ଯ୍ୟନ୍ତ ଜେଭଲିନ୍‌ ଫିଙ୍ଗି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ରାନୀଙ୍କ ପୂର୍ବରୁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ବିଭାଗରେ ଜେଭଲିନ ଖେଳାଳୀ କାଶିନାଥ ନାୟକ ଓ ଅଲମ୍ପିକ୍‌ ବିଜେତା ନିରଜ ଚୋପ୍ରା ପୁରୁଷ ବିଭାଗ ଜେଭଲିନରେ ଥ୍ରୋରେ କ୍ରମଶଃ ତୃତୀୟ ଓ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କାଶିନାଥ ନାୟକ ଦିଲ୍ଲୀରେ କମନ୍‌ ୱେଲଥ ଗେମ୍‌ରେ ଓ ନିରଜ ଚୋପ୍ରା ୨୦୧୮ରେ ଗୋଲ୍ଡକଷ୍ଟ କମ୍ନ୍‌ ୱେଲ୍‌ଥ ଗେମ୍‌ରେ ପଦକ ହାସଲ କରିଥିଲେ।

Related Articles

Back to top button