ପଶ୍ଚିମ ଆମେରିକାରେ ଭୟଙ୍କର ହେଉଛି ଜଙ୍ଗଲ ନିଆଁ

ୱାଶିଂଟନ: ଆମେରିକାର ଭୟଙ୍କର ହେଉଛି ଜଙ୍ଗଲ ନିଆଁ। ହଜାର ହଜାର ହେକ୍ଟର ଜଙ୍ଗଲେ ହୁ ହୁ ହୋଇ ମାଡ଼ି ଯାଉଛି ନିଆଁ। ଭୟର ଘ ଛାଡ଼ିଲେ ହଜାର ହଜାର ଲୋକେ। ପଶ୍ଚିମ ଆମେରିକୀୟ ଅଞ୍ଚଳର ଉତ୍ତରପଶ୍ଚିମରେ ଥିବା ଓରୁଗନ ରାଜ୍ୟରେ ଜଙ୍ଗଲ ନିଆଁ ଭୟଙ୍କର ରୂପ ନେଇଛି। ନିଆଁରେ ଧୂଆଁ ଓ ଧୂଳି ମାଡ଼ିଆ ଆସୁଥିବାରୁ ଏଠାରେ ହଜାର ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି।

ଚଳିତ ଗ୍ରୀସ୍ମରେ ପଶ୍ଚିମ ଆମେରିକା ପାଇଁ ଏହା ପ୍ରଥମ ଜଙ୍ଗଲ ନିଆଁ। ଅନ୍ୟପଟେ କାର୍ଲିଫନିଆ, ଇଡାହୋ,ଓରଗନ ଏବଂ ୱାଶିଂଟନରେ ମାତିଥିବା ଜଙ୍ଗଲ ନିଆଁ ଏହିସବୁ ରାଜ୍ୟମାନଙ୍କରେ ୩,୧୦୦ ସ୍କୋୟାର କିମିକୁ ତାପରେ ସିଝାଇସାରିଛି। ଆମେରିକାର ଜାତୀୟ ଜଙ୍ଗଲ ନିଆଁ ଲିଭା ସହଯୋଗୀ ଗ୍ରୁପ୍‌ର ସୂଚନା ଅନୁସାରେ, ପାଖାପାଖି ୧୨ ଶହ ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ଏମାନେ ଓରଗନ ଓ ଇଗେନେରେ ନିଆଁ ଲିଭା କାର୍ଯ୍ୟରେ ଲିପ୍ତ ରହିଛନ୍ତି।

ପଶ୍ଚିମ ଆମେରିକାରେ ୩୫ ହଜାର ହେକ୍ଟ(୮୬,୭୩୪ ଏକର)ରେ ବ୍ୟାପିଛି ଜଙ୍ଗଲ ନିଆଁ, ଯାହା ପାଖାପାଖି ୱାଶିଂଟନ ଡିସିର ଦୁଇଗୁଣା ହେବ। ଏହି ଜଙ୍ଗଲ ନିଆଁରେ ୨ ହଜାରରୁ ଅଧିକ ଘର ବିପଦପ୍ରବଣ ଏରିଆରେ ରହିଛି। ପାଣିପାଗ ପରିବର୍ତ୍ତନ ଯୋଗ ଅତ୍ୟଧିକ ଗରମ ଜଙ୍ଗଲି ନିଆଁକୁ ଆହୁରି ଖୋରାକ ଯୋଗାଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

Related Articles

Back to top button