
ଅପରେସନ ସିନ୍ଦୂରର ସଫଳତା ପାଇଁ ଭାରତୀୟ ସେନାକୁ ସମ୍ମାନିତ କରିବ ବିସିସିଆଇ
ଅପରେସନ ସିନ୍ଦୂରର ସଫଳତା ପାଇଁ ଭାରତୀୟ ସେନାକୁ ସମ୍ମାନିତ କରିବ ବିସିସିଆଇ । ଆଇପିଏଲ ସମାପନୀ ଉତ୍ସବରେ ହେବ ବିଶେଷ କାର୍ଯ୍ୟକ୍ରମ ହେବ । ସେହି କାର୍ଯ୍ୟକ୍ରମରେ ସାମିଲ ହେବେ ୩ ସେନା ପ୍ରମୁଖ । ଜୁନ ୩ ଆଇପିଏଲ ଫାଇନାଲ ମ୍ୟାଚ୍ ପୂର୍ବରୁ ବିଶେଷ ଆୟୋଜନ କରିବ ବିସିସିଆଇ । ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତୀୟ ସେନା ଦ୍ୱାରା ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନରେ ଆତଙ୍କୀଙ୍କ ଆଡ୍ଡାକୁ ଧୂଳିସାତ କରିଥିଲେ । ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ । ଭାରତୀୟ ସେନାର ପରାକ୍ରମକୁ ନେଇ ସବୁଠି ପ୍ରଶଂସା କରାଯାଉଥିବା ବେଳେ ସେନାକୁ ସବୁଠି ସମ୍ମାନିତ କରାଯାଉଛି ।