ଏଆଇଏଫଏଫ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବାଇଚୁଙ୍ଗ ଭୂତିଆ

ଫୁଟବଲ ଖେଳାଳି ବାଇଚୁଙ୍ଗ ଭୂତିଆ ସର୍ବଭାରତୀୟ ଫୁଟବଲ ଫେଡେରେଶନ ସଭାପତି ପଦ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଦୌଡରେ ପୂର୍ବତନ ଖେଳାଳି କଲ୍ୟାଣ ଚୌବେ ଆଗରେ ରହିଛନ୍ତି । ଦୀପକ ମଣ୍ଡଳ ଓ ମଧୂ କୁମାରୀ ସାଥୀ ଖେଳାଳି ଭୂତିଆଙ୍କ ନାମ ସୁପାରିଶ କରିଥିଲେ । ଯଦି ମୁଁ ଏହି ପଦରେ ବିଜୟ ହାସଲ କରେ ତାହାହେଲେ ଭାରତୀୟ ଫୁଟବଲର ବିକାଶ ପାଇଁ ଜଣେ ଆଡମିନିଷ୍ଟ୍ରେଟର ଭାବେ ଆପ୍ରାଣ ଉଦ୍ୟମ କରିବି ବୋଲି ଭୂତିଆ କହିଛନ୍ତି । ଫୁଟବଲ ଦିଲ୍ଲୀର ସଭାପତି ଶାଜି ପ୍ରଭାକରନଙ୍କ ସମେତ ଇଗେନସନ ଲାୟନଗଡୋହ, ଅଜିତ ବାନାର୍ଜୀ ମଧ୍ୟ ଏହି ପଦ ପାଇଁ ଆବେଦନ କରିଛନ୍ତି । ମୋହନ ବାଗାନ ଓ ଇଷ୍ଟବେଙ୍ଗଲର ପକ୍ଷରୁ ଖେଳୁଥିବା ପୂର୍ବତନ ଗୋଲକିପର ତଥା ବିଜେପି ନେତା ଚୌବେଙ୍କ ନାମ ଗୁଜରାଟ ଓ ଅରୁଣାଚଳ ପ୍ରଦେଶ ଫୁଟବଲ ଆସୋସିଏଶନ ସୁପାରିଶ କରିଛନ୍ତି । ଅଗଷ୍ଟ ୨୮ରେ ଏଆଇଏଫଏଫ ଏକଜିକ୍ୟୁଟିଭ କମିଟି ନିର୍ବାଚନ ଆୟୋଜିତ ହେବ ।

Related Articles

Back to top button