ଭୁବନେଶ୍ୱର କୁମାରଙ୍କ ଡେଥ୍ ଓଭର ବୋଲିଂ ଚିନ୍ତାଜନକ: ଗାଭାସ୍କର

ସିନିୟର ପେସ ବୋଲର ଭୁବନେଶ୍ବର କୁମାରଙ୍କର ଡେଥ ଓଭରରେ ଖରାପ ପ୍ରଦର୍ଶନ ଦଳ ପାଇଁ ଏକ ଚିନ୍ତାର କାରଣ : ସୁନୀଲ ଗାଭାସ୍କର

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୨୦୯ ରନର ବିଶାଳ ବିଜୟ ଲକ୍ଷ୍ୟ ଦେବା ପରେ ବୋଲିଂ ବିଭାଗର ଦୁର୍ବଳତାକୁ ନେଇ ଉଠିଛି ପ୍ରଶ୍ନ। ଏହି ମ୍ୟାଚରେ ଭରସାଯୋଗ୍ୟ ବୋଲର ଭୁବନେଶ୍ବର କୁମାର ୪ ଓଭରର ବୋଲିଂ କରି ୫୨ ରନ ବ୍ୟୟ କରିଥିଲେ। ତେବେ ତାଙ୍କର ଏଭଳି ବୋଲିଂ ପ୍ରଦର୍ଶନକୁ ସମାଲୋଚନା କରିଛନ୍ତି ଭାରତର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର। ସୁନୀଲ ଗାଭାସ୍କର କହିଛନ୍ତି ସିନିୟର ପେସ ବୋଲର ଭୁବନେଶ୍ବର କୁମାରଙ୍କର ଡେଥ ଓଭରରେ ଖରାପ ପ୍ରଦର୍ଶନ ଦଳ ପାଇଁ ଏକ ଚିନ୍ତାର କାରଣ ପାଲଟିଛି। ଡେଥ ଓଭରରେ ଏଭଳି ଖରାପ ପ୍ରଦର୍ଶନ ଜାରି ରହିଲେ ବିଶ୍ବକପ ପାଇଁ ଏହା ଘାତକ ସାଜିପାରେ। ନିକଟର ଖେଳାଯାଇଥିବା ମ୍ୟାଚରେ ଭାରତ ଡେଥ ଓଭରରେ ହିଁ ଜିତିବା ମ୍ୟାଚ ଗୁଡିକ ହାରି ଯାଇଛି । ଦଳର ସ୍ଥିତି ମଜବୁତ ରହିଥିଲେ ମଧ୍ୟ ଡେଥ ଓଭରର ବୋଲିଂରେ ହିଁ ମ୍ୟାଚ ଏପଟ ସେପଟ ହୋଇଛି। ବିଶେଷ କରି ଭୁବନେଶ୍ବର କୁମାର ଡେଥ ଓଭର ବୋଲିଂରେ ପ୍ରବଳ ରନ ବ୍ୟୟ କରିବା ନଜର ଆସିଛନ୍ତି।

ଗତକାଲି ଖେଳାଯାଇଥିବା ମ୍ୟାଚ ବାବଦରେ ଗାଭାସ୍କର କହିଛନ୍ତି, “ମୋତେ ଲାଗୁ ନ ଥିଲା କି ବହୁତ କାକର ଥିଲା। ଫିଲ୍ଡର ଏବଂ ବୋଲର ତାଙ୍କ ଆଙ୍ଗୁଳି ଶୁଖିଲା ରଖିବା ପାଇଁ ସେମାନେ ଟାୱେଲ ବ୍ୟବହାର କରୁଥିବାର ନଜର ଆସିନାହାଁନ୍ତି। ଏହା କୌଣସି ବାହାନା ନୁହେଁ। ସତ କଥା ହେଲା ଦଳର ବୋଲିଂ ପ୍ରଦର୍ଶନ ଠିକ ନଥିଲା। ବିଶେଷ କରି ଡେଥ ଓଭରରେ ଦୁର୍ବଳ ବୋଲିଂ ଏହା ଏକ ବଡ ଚିନ୍ତାର କାରଣ। ବୋଲିଂ ବିଭାଗରେ ଅଧିକ ଭରସାଯୋଗ୍ୟ ରହିଛନ୍ତି ସିନିୟର ପେସ ବୋଲର ଭୁବନେଶ୍ବର କୁମାର। ହେଲେ ଗତକାଲିର ମ୍ୟାଚରେ ଭୁବନେଶ୍ବର କୁମାର ଅଧିକ ରନ ବ୍ୟୟ କରିଛନ୍ତି। ସେ ଏସିଆ କପରେ ପାକିସ୍ତାନ, ଶ୍ରୀଲଙ୍କା ଏବଂ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଂ କରିଥିଲେ। ହେଲେ ଦଳ ସେହି ସବୁ ଜିତିବା ମ୍ୟାଚଗୁଡିକ ରନ ବ୍ୟୟ କରି ପରାଜୟ ବରଣ କରିଛି। ଯାହା ବାସ୍ତବରେ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।”

ଗାଭାସ୍କର ଷ୍ଟାର ବୋଲର ଜଶପ୍ରିତ ବୁମରାଙ୍କ ଉପରେ ଭରସା କରି କହିଛନ୍ତି, “ଚୂଡାନ୍ତ ଏକାଦଶରେ ବୁମରା ସ୍ଥାନ ପାଇବା ପରେ ଦଳର ବୋଲିଂ ବିଭାଗ ମଜବୁତ ହେବ। ଏହା ଅଷ୍ଟ୍ରେଲିଆ ସହିତ ଦଳ ପାଇଁ ପ୍ରଥମ ମ୍ୟାଚ ଥିଲା। ହେଲେ ଭୁଲିବା ଉଚିତ ନୁହେଁ କି ଅଷ୍ଟ୍ରେଲିଆ ବିଶ୍ବ ଚମ୍ପିଆନ। ତାଙ୍କ ଠାରୁ ଅସାଧାରଣ ପ୍ରଦର୍ଶନ ସବୁବେଳେ ଆଶା କରାଯାଇଥାଏ।”

Related Articles

Back to top button