ଭାରତ ଏବଂ ଜିମ୍ବାଓ୍ବେ ଦିନିକିଆ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଭାରତ ଏବଂ ଜିମ୍ବାଓ୍ବେ ମଧ୍ୟରେ ଅଗଷ୍ଟ ୧୮ରୁ ଦିନିକିଆ ସିରିଜ ଖେଳାଯିବ। ଏହାକୁ ନେଇ କେ.ଏଲ୍‌. ରାହୁଲ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ହାରାରେରେ ଅଭ୍ୟାସ କରୁଛି। କିନ୍ତୁ ସିରିଜ ଆରମ୍ଭ ପୂର୍ବରୁ ଦଳରେ ବଡ଼ ପରିବର୍ତ୍ତନ କରାଯାଇଛି। ଓ୍ବାଶିଂଟନ ସୁନ୍ଦର ଆହତ ହେବା ଯୋଗୁ ଦଳରୁ ବାହାର ହେବା ପରେ ଚିନ୍ତା ବଢ଼ିଛି। ଏବେ ତାଙ୍କ ସ୍ଥାନରେ ଅଲରାଉଣ୍ଡର ଶାହାବାଜ ଅହମ୍ମଦଙ୍କୁ ସାମିଲ କରାଯାଇଛି। ଶାହାବାଜ ଆଇପିଏଲ୍‌ ୨୦୨୨ରେ ଭଲ ପ୍ରଦର୍ଶନ କରିଥିଲେ।

ଇଂଲଣ୍ଡରେ କାଉଣ୍ଟିଂ କ୍ରିକେଟ ଖେଳୁଥିବା ବେଳେ ଓ୍ବାଶିଂଟନଙ୍କ କାନ୍ଧରେ ଆଘାତ ଲାଗିଛି। ଏହି କାରଣରୁ ସେ ଦିନିକିଆ ସିରିଜରୁ ବାହାର ହୋଇଛନ୍ତି। ତେବେ ତାଙ୍କ ସ୍ଥାନରେ ଶାହାବାଜଙ୍କୁ ଦଳରେ ସାମିଲ କରାଯାଇଥିବା ନେଇ ବିସିସିଆଇ ପକ୍ଷରୁ ଏକ ପ୍ରେସ ରିଲିଜ କରାଯାଇ ସୂଚନା ଦିଆଯାଇଛି।

ଘରୋଇ କ୍ରିକେଟରେ ପଶ୍ଚିମବଙ୍ଗ ଦଳରୁ ଖେଳିଥିବା ୨୭ ବର୍ଷୟ ଶାହାବାଜ ଗତ କିଛି ଦିନରୁ ନିଜର ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରି ଆସୁଛନ୍ତି। ସେ ଏହି ଫର୍ମାଟରେ ୧୮ ମ୍ୟାଚ୍‌ ଖେଳି ୧୦୪୧ ମ୍ୟାଚ୍‌ ଖେଳିଥିବା ବେଳେ ୫୭ ଉଇକେଟ ନେଇଛନ୍ତି। ସେହିଭଳି ଆଇପିଏଲ୍‌ରେ ଆର୍‌ସିବି ପକ୍ଷରୁ ଖେଳି ସେ ୧୬ ମ୍ୟାଚ୍‌ରେ ୨୧୯ ରନ୍‌ କରିବା ସହ ୪ ଉଇକେଟ ମଧ୍ୟ ନେଇଛନ୍ତି।

Related Articles

Back to top button