ଶ୍ରୀଲଙ୍କାକୁ ହରାଇ ବିଶ୍ବକପ୍ ଫାଇନାଲରେ ଟିମ୍ ଇଣ୍ଡିଆ

ବିଶ୍ୱକପ୍‌ କ୍ରିକେଟ୍‌ରେ ନୂଆ ଇତିହାସ ଲେଖିଲା ଭାରତ। ଭାରତର ବୃହତ ବିଜୟ ଓ ଶ୍ରୀଲଙ୍କାର ଶୋଚନୀୟ ପରାଜୟ । ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲା । କ୍ରିକେଟ ବିଶ୍ୱକପ ମୁକାବିଲାରେ ମୁମ୍ବାଇରେ ଶ୍ରୀଲଙ୍କା ଦଳ ବିପକ୍ଷରେ ଏକ ବୃହତ ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ବିଶ୍ୱକପରେ ଲଗାତର ସପ୍ତମ ବିଜୟ ହାସଲ କରିଛି ରୋହିତ ବାହିନୀ। ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଆଜି ଭାରତୀୟ ବ୍ୟାଟସମ୍ୟାନଙ୍କ ଜବରଦସ୍ତ ପ୍ରଦର୍ଶନ ପରେ ବୋଲରଙ୍କ ମ୍ୟାଜିକରେ ଧରାଶାୟୀ ହେଲା ଶ୍ରୀଲଙ୍କା। ୩୫୮ ରନ ଟାର୍ଗେଟର ପିଛା କରି ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଏପରିକି ମାତ୍ର ୩ ରନରେ ଲଙ୍କା ଦଳ ପ୍ରଥମ ୪ଟି ୱିକେଟ ହରାଇଥିଲା। ଏହା ପରେ ଗୋଟେ ପରେ ଗୋଟେ ୱିକେଟ ପଡିବାରେ ଲାଗିଥିଲା। ମାତ୍ର ୫୫ ରନ୍‌ କରି ଅତି ଶୋଚନୀୟ ଭାବେ ୩୦୨ ରନରେ ପରାସ୍ତ ହୋଇଛି ଶ୍ରୀଲଙ୍କା ଦଳ । ଚଳିତ ବିଶ୍ୱକପ୍‌ରେ ଲଗାତର ସପ୍ତମ ବିଜୟ ହାସଲ କରି ଟିମ୍‌ ଇଣ୍ଡିଆ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଛି ।

ମ୍ୟାଚର ପ୍ରଥମ ବଲରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଦ୍ୱିତୀୟ ବଲରେ ଆଉଟ୍‌ ହେବା ପରେ ବିରାଟ କୋହଲି ଓ ଶୁବମନ ଗିଲ ଇନିଂସ୍‌ ସମ୍ଭାଳି ନେଇଥିଲେ । ଗିଲ୍‌ ୯୨, କୋହଲି ୮୮ ଏବଂ ପରେ ଶ୍ରେୟଶ ଆୟର ୮୨ ଓ ରବୀନ୍ଦ୍ର ଜାଡେଜା ୩୫ ରନ୍‌ କରିବା ଫଳରେ ଭାରତ ୫୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୩୫୭ ରନ୍‌ କରିଥିଲା । ଶ୍ରୀଲଙ୍କା ବୋଲର ମଦୁଶଙ୍କା ୮୦ ରନ୍‌ ଦେଇ ୫ଟି ଓ୍ଵିକେଟ୍‌ ନେଇଥିଲେ । ସେହିପରି ଶାମି ଭାରତ ପାଇଁ ବିଶ୍ୱକପରେ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ମଧ୍ୟ ବନି ଯାଇଛନ୍ତି। ପୂର୍ବରୁ ୪୪ ୱିକେଟ ସହ ଜହିର ଖାନ ଓ ଜବାଗଲ ଶ୍ରୀନାଥ ମିଳିତ ଭାବେ ୧ନଂ ସ୍ଥାନରେ ରହିଥିଲେ। କିନ୍ତୁ ଏବେ ୪୫ ୱିକେଟ ସହ ଶାମି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଶାମିଙ୍କ ବ୍ୟତୀତ ମହମ୍ମଦ ସିରାଜ ମଧ୍ୟ କମାଲ କରିଛନ୍ତି। ସେ ଶ୍ରୀଲଙ୍କାର ଟପ୍‌ ଅର୍ଡରର ୩ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା ମଧ୍ୟ ଗୋଟିଏ ଲେଖାଏ ୱିକେଟ ଦଖଲ କରିଥିଲେ ।

Related Articles

Back to top button