ରାଜ୍ୟ ଗୋଷ୍ଠୀ କ୍ରୀଡା-୨୦୨୨ରେ ଭାରତକୁ ଆଉ ଏକ ପଦକ; ରୌପ୍ୟ ଆଣିଲେ ଭାରୋତ୍ତୋଳିକା ବିନ୍ଦ୍ୟାରାଣୀ ଦେବୀ

ବର୍ମିଂହାମ: ଭାରୋତ୍ତୋଳନରେ ଆଉ ଏକ ପଦକ ଜିତିଛି ଭାରତ । ବର୍ମିଂହାମରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡା-୨୦୨୨ରେ ଭାରତ ତାର ସଫଳତା ଜାରି ରଖିଛି । ପୂର୍ବରୁ ଭାରତ ଏଥିରେ ୩ଟି ପଦକ ଜିତି ସାରିଥିବା ବେଳେ ଗତକାଲି ଭାରତ ତାର ୪ର୍ଥ ପଦକ ହାସଲ କରିଛି । ଭାରୋତ୍ତୋଳିକା ବିନ୍ଦ୍ୟାରାଣୀ ଦେବୀ ୫୫ କି.ଗ୍ରା ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ବିନ୍ଦ୍ୟାରାଣୀ ମୋଟ୍‍ ୨୦୨ କିଲୋ ଉଠାଇ ଏହି ରୌପ୍ୟ ଜିତିଥିବା ଜଣାପଡ଼ିଛି । ପ୍ରଥମେ ପର୍ଯ୍ୟାୟରେ ବିନ୍ଦ୍ୟାରାଣୀ ୮୧ କେଜି ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୪ କେଜି ଉଠାଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ୮୬ କେଜି ଉଠାଇଥିଲେ । ପରେ ପରେ ବିନ୍ଦ୍ୟାରାଣୀ ୨୦୨ କିଲୋ ଉଠାଇ ରୌପ୍ୟ ଜିତିଛନ୍ତି ।

ସେହିପରି ନାଇଜେରିଆ ଆଡିଜାଟ ଓଲାରିନୋଏ ମୋଟ୍‍ ୨୦୩କେଜି ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ବର୍ମିଂହାମରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡା-୨୦୨୨ରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି । ସବୁଠାରୁ ବଡ଼ କଥା ହେଉଛି ଏହି ୪ଟି ଯାକ ପଦକ ଭାରତକୁ ଭାରୋତ୍ତୋଳନରୁ ହିଁ ମିଳିଛି ।

Related Articles

Back to top button