ଦିନିକିଆ ବିଶ୍ୱକପ ପୂର୍ବରୁ ଫିଟ ହୋଇଯିବେ ଯଶପ୍ରୀତ ବୁମରାହ
ନୂଆଦିଲ୍ଲୀ: ବିସିସିଆଇର ତାଜା ଅପଡେଟ ଅନୁସାରେ ଷ୍ଟାର ପେସର ଯଶପ୍ରୀତ ବୁମରାହ ଯେତେଦୂର ସମ୍ଭବ ଦିନିକିଆ ବିଶ୍ୱକପ ପୂର୍ବରୁ ଫିଟ ହୋଇ ଯାଇଥିବେ । ପିଠି ସମସ୍ୟା ଯୋଗୁ ବୁମରାହ ୨୦୨୨ରୁ ପ୍ରାୟତଃ କ୍ରିକେଟଠାରୁ ଦୂରେଇ ରହିଛନ୍ତି । ଏସିଆ କପ, ଆଇସିସି ଟି୨୦ ବିଶ୍ୱକପ ଓ ଚଳିତ ଆଇପିଏଲରେ ମଧ୍ୟ ଖେଳି ପାରି ନାହାନ୍ତି । ପିଠି ସର୍ଜରୀ ପରେ ତାଙ୍କୁ ୬ମାସ ବିଶ୍ରାମ ନେବା ପାଇଁ ପରାମର୍ଶ ଦିଆଯାଇଛି । ସେ ଦ୍ରୁତ ଆରୋଗ୍ୟ ଲାଭ କରୁଥିବାରୁ ଫିଟ ହେବା ନେଇ ଆଶା ସଂଚାର ହୋଇଛି ।