ବୁମରାଙ୍କ ପିଠିରେ ସର୍ଜରି ହେବ, ୬ ମାସ କ୍ରିକେଟ ନ ଖେଳି ପାରନ୍ତି

ନୂଆଦିଲ୍ଲୀ: ଭାରତର ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆସନ୍ତା ଆଇପିଏଲ, ଏସିଆ କପ ଓ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରୁ ବାଦ ପଡ଼ିବାର ଆଶଙ୍କା ଦେଖାଦେଇଛି । କାରଣ ଆଘାତ ଆହୁରି ଗମ୍ଭୀର ହୋଇଯାଇଥିବାରୁ ତାଙ୍କର ପିଠିରେ ସର୍ଜରି କରାଯିବାକୁ ପାମର୍ଶ ଦିଆଯାଇଛି ।

ସର୍ଜରି ହେଲେ ସୁସ୍ଥ ସୁସ୍ଥ ହେବାକୁ ପ୍ରାୟ ୫ରୁ ୬ ମାସ ସମୟ ଲାଗିପାରେ।  ଏଭଳି ପରିସ୍ଥିତିରେ ଆଇପିଏଲ୍ ସହ ଡବ୍ଲ୍ୟୁଟିସି ଫାଇନାଲ୍ ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ ନାହିଁ। ସେହିପରି ଏସିଆ କପ୍ ରେ ବି ତାଙ୍କ ଅନୁପସ୍ଥିତି କୁ ଭାରତ ଅନୁଭବ କରିପାରେ ।

ଦଳର ଅଧିନାୟକ ରୋହିତ ଶର୍ମା ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ତାଙ୍କ ଲକ୍ଷ୍ୟ ଦିନିକିଆ ବିଶ୍ୱକପ୍ ୨୦୨୩ ଏବଂ ବିଶ୍ୱକପ୍ ରେ ଏବେ ବି ସମୟ ଅଛି, ତେଣୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ବୁମରାଙ୍କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହିଁ । କିନ୍ତୁ ପ୍ରଶଂସକମାନେ ମଧ୍ୟ ବୁମରାଙ୍କୁ ଗତ ବର୍ଷଠାରୁ ପଡ଼ିଆ ଭିତରେ ଦେଖିନାହାନ୍ତି । ଏପରି ସ୍ଥିତିରେ ଯଦି ସର୍ଜରି ହୁଏ ତେବେ ଏହି ପ୍ରତୀକ୍ଷା ଆହୁରି ଲମ୍ବା ହେବାର ସମ୍ଭାବନା ଦେଖାଦେଇଛି ।

ସୂଚନାଯୋଗ୍ୟ, ବୁମରା ୨୦୨୨ରେ ଇଂଲଣ୍ଡ ଗସ୍ତରେ ଆମ ପାଇଁ ଖେଳୁଥିବାର ଦେଖିବାକୁ ମିଳିଥିଲା। ସେବେଠାରୁ ପିଠିରେ ଆଘାତ ଲାଗିଥିବାରୁ ସେ ଏସିଆ କପ୍ ଓ ଟି-୨୦ ବିଶ୍ବକପ୍ ଖେଳି ପାରି ନାହାନ୍ତି।

Related Articles

Back to top button