କ୍ୟାରମ୍‌ ଖେଳି ଗୋଲ୍ଡ ମେଡାଲ ଜିତିଲେ  ପୁଣେର ୮୩ ବର୍ଷୀୟା ବୃଦ୍ଧା

ପୁଣେ: ପୁଣେର ଜଣେ ୮୩ ବର୍ଷୀୟା ବୃଦ୍ଧା ବୃଦ୍ଧା ସ୍ଥାନୀୟ କ୍ୟାରମ୍‌ ପ୍ରତିଯୋଗିତାରେ ଚାମ୍ପିଆନ୍‌ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରତିଯୋଗିତାରେ ସେ ଯୁବ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତି  ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି।

ପୁଣେ ବାସିନ୍ଦା ଅକ୍ଷୟ ମରାଠେଙ୍କ ସୂଚନା ମୁତାବକ ତାଙ୍କ ଜେଜେମା’ ପୁଣେର ‘ନିଖିଳ ମାଗାର୍ପତ୍ତା ନଗର କ୍ୟାରମ୍‌ ପ୍ରତିଯୋଗିତା’ର ଦ୍ବୈତ ବିଭାଗରେ ସ୍ବର୍ଣ୍ଣପଦକ ଜିତିବା ସହ ଏକକ ବିଭାଗରେ କାଂସ୍ୟ ପଦକ ହାସଲ କରିଛନ୍ତି।

ଏ ସମ୍ପର୍କରେ ତାଙ୍କ ନାତି ସାମାଜିକ ଗଣମାଧ୍ୟମରେ ସୂଚନା ଦେବା ପରେ ସଂପୃକ୍ତ ବୃଦ୍ଧାଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିଛି। ଜେଜେମା’ ଖେଳୁଥିବା ବେଳର ଭିଡିଓ କ୍ଲିପିଂରୁ ଚାମ୍ପିଆନ୍‌ ବୃଦ୍ଧାଙ୍କର ଦକ୍ଷତା ବାରି ହୋଇପଡୁଛି। ସତରେ, ବୃଦ୍ଧାଙ୍କର ଏହି ଯୋଶ ପ୍ରଶଂସାନୀୟ  ।

Related Articles

Back to top button