ହେଟ୍ ସ୍ପିଚ୍ ମାମଲାରେ ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନଙ୍କୁ ତିନି ବର୍ଷ ଜେଲ୍

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କୁ ଗୁରୁବାର ବଡ଼ ଝଟକା ଲାଗିଛି । ହେଟ୍ ସ୍ପିଚ୍ (ହିଂସା ସୃଷ୍ଟିକାରୀ ଭାଷଣ)ମାମଲାରେ ତାଙ୍କୁ ତିନି ବର୍ଷ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏହାସହ ତାଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା ଲାଗୁ କରାଯାଇଛି । ଏହି ଦଣ୍ଡ ଘୋଷଣା ହେବା ପରେ ଆଜମ ଖାନଙ୍କ ବିଧାନସଭା ସଦସ୍ୟ ପଦ ଉପରେ ଖଣ୍ଡା ଝୁଲୁଛି । ଆଜାମ ଖାନଙ୍କ ମିଳିଥିବା ଏହି ଦଣ୍ଡ ତେବଳ ତାଙ୍କ ପାଇଁ ନୁହେଁ ବରଂ ସମାଜବାଦୀ ପାର୍ଟି ପାଇଁ ମଧ୍ୟ ଏକ ବଡ଼ ଝଟକା ରୂପେ ଦେଖାଯାଉଛି । ସମାଜବାଦୀ ପାର୍ଟିରେ ଅଖିଳେଶ ଯାଦବଙ୍କ ପରେ ଆଜମ ଖାନଙ୍କୁ ସବୁଠୁ ବଡ଼ ନେତା ଭାବେ ଧରାଯାଏ ।

ଗୁରୁବାର ଅପରାହ୍ଣରେ ଏମପିଏମଏଲଏ ସ୍ୱତନ୍ତ୍ର କୋର୍ଟ ଶୁଣାଣି ଆରମ୍ଭ କରିବା ପରେ ଆଜମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ହେପାଜତକୁ ନିଆଯାଇଥିଲା । ଏହାପରେ ଅପରାହ୍ଣ ୪ଟାରେ କୋର୍ଟ ନିଜ ରାୟ ଶୁଣାଇଥିଲେ । ଏହି ସମୟରେ ଆଜମ ଖାନଙ୍କୁ ହେପାଜତରେ ରଖାଯାଇଥିଲା ।

ଆଜାମ ଖାନଙ୍କ ବିରୋଧରେ ତିନୋଟି ଧାରାରେ ମାମଲା ରୁଜୁ କରାଯାଇଥିଲା । ତିନୋଟ ଯାକ ମାମଲାରେ ଆଜମ ଖାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ସମୟରେ ଉତ୍ତେଜନପୂର୍ଣ୍ଣ ଭାଷଣ ଦେବା ନେଇ ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଭାଷଣ ସମୟରେ ଆଜାମ ଖାନ ପିଏମ ମୋଦୀ ଏବଂ ସିଏମ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ।

ଏହା ପୂର୍ବରୁ ଆଜମ ଖାନଙ୍କ ପକ୍ଷରୁ ରାୟର ତାରିଖ ବଦଳାଇବା ପାଇଁ ପ୍ରାର୍ଥନା ପତ୍ର ଦାଖଲ କରାଯାଇଥିଲା । ମାମଲା ହାଇକୋର୍ଟରେ ବିଚାରଧିନ ଥିବା ଏଥିରେ ସେ କହିଥିଲେ । ତେବେ କୋର୍ଟ ତାଙ୍କ ଯୁକ୍ତିକୁ ଖାରଜ କରିଦେଇଥିଲେ ।

Related Articles

Back to top button