ସିଏମ୍‌ସି ମେୟରଙ୍କୁ କବାଟ ଭେଟି ଦେଲା କଂଗ୍ରେସ

କଟକ: ଆଜି କଟକ ଜିଲା କଂଗ୍ରେସ ପକ୍ଷରୁ ମେୟର ସୁବାସ ସିଂଙ୍କ ଉଦ୍ଦେଶ୍ୟରେ ସିଏମସି କମିଶନରଙ୍କୁ ଏକ କବାଟ ଭେଟି ଦିଆଯାଇଛି । ଯେଉଁ କବାଟରେ ଲେଖାଯାଇଛି ‘ବେଷ୍ଟ କମ୍ପଲିମେଣ୍ଟ ଫ୍ରମ୍ କଂଗ୍ରେସ’।

ସୂଚନା ଅନୁଯାୟୀ, ମଙ୍ଗଳବାର ସିଏମସି ବୈଠକରେ ଅର୍ଥାଭାବ ଯୋଗୁ ସିଏମସିର ବାଥରୁମ କବାଟ ଲଗେଇ ହେଉନାହିଁ ବୋଲି ମେୟର ସୁବାସ ସିଂହ କହିଥିଲେ। ଯାହାକୁ ନେଇ ଆଜି ଏକ ଅଭିନବ ଉପାୟରେ କଂଗ୍ରେସ ନେତା ମାନସ ଚୌଧୁରୀ କବାଟ ଧରି ସିଏମସି କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲେ। ଆଉ ସିଏମସି କମିଶନରଙ୍କୁ ବାଥରୁମ କବାଟ ପ୍ରଦାନ କରିଥିଲେ। କେବଳ ସେତିକି ନୁହେଁ ବରଂ ବାଥରୁମ କବାଟ ଲଗାଇବା ମଜୁରୀ ପାଞ୍ଚ ଶହ ଟଙ୍କା ପ୍ରଦାନ କରିଥିଲେ। ଏଭଳି ଭିନ୍ନ ଧରଣର ପ୍ରତିବାଦ କରିବା ଘଟଣା ପରେ  ସିଏମସି କମିଶନରଙ୍କଠୁ ଆରମ୍ଭ କରି ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଥିଲେ । ତେବେ ଏଭଳି ନିଆରା ପ୍ରତିବାଦ କରିବାର କାରଣ ବିଷୟରେ କଟକ କଂଗ୍ରେସ ନେତା ମାନସ ଚୌଧୁରୀ ଗଣନାଧ୍ୟମକୁ ସୂଚନା ଦେଇଥିଲେ ।

Related Articles

Back to top button