
ଇଣ୍ଡିଆ ଟିମ ହକି ବିଶ୍ୱକପର ବିଜେତା ହେଲେ ପ୍ରତ୍ୟେକ ଖେଳାଳୀଙ୍କୁ ୧କୋଟି ଟଙ୍କା: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା
ଭୁବନେଶ୍ୱର: ରାଜ୍ୟରେ ଏବେ ହକି ଫିଭର ବଢ଼ିବାରେ ଲାଗିଥିବା ବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯଦି ଇଣ୍ଡିଆ ଟିମ ହକି ବିଶ୍ୱକପର ବିଜେତା ହେବେ ତେବେ ପ୍ରତ୍ୟେକ ଖେଳାଳୀଙ୍କୁ ୧କୋଟି ଟଙ୍କା ପ୍ରଦାନ କରାଯିବ । ତେବେ ହକି ବିଶ୍ୱକପ ପାଇଁ ଏବେ ଓଡିଶା ପଡୁଛି ଉଠୁଛି । ଏହା ସହିତ ସବୁ ବ୍ୟବସ୍ଥାକୁ ମଧ୍ୟ କଡାକଡି ଭାବେ କାର୍ଯ୍ୟକାରୀ କରାଯାଉଛି । କିପରି ଖେଳାଳୀ ମାନେ ଆସିବେ , ତାଙ୍କ ରହଣୀ ଠାରୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କିପରି ସଠିକ ଭାବରେ ପରିଚାଲିତ ହେବ ତାହାକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଏହା ଭିତରେ ଆଜି ରାଉରକେଲା ଆସିଛନ୍ତି ମୁଖ୍ୟମନ୍ତ୍ରୀ । ରାଉରକେଲା ଗସ୍ତ ଆସି ୪ଟା ୨୫ ମିନିଟ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ। ଏହାସହ ରାଉରକେଲାରେ ‘ମୋ ବସ୍’ ସେବା, ସୁନ୍ଦରଗଡ଼ରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜକୁ ମଧ୍ୟ ଉଦ୍ଘାଟନ କରିବାର ସୂଚନାରହିଛି ।
ନିଜର ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଏକାଧିକ ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ରାଉରକେଲାରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ହକିର ଆୟୋଜନ ସହ ବିଶ୍ୱ ମାନଚିତ୍ରରେ ରାଉରକେଲାର ଚମକ ଦ୍ୱିଗୁଣିତ ହେବାକୁ ଥିବାବେଳେ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପ ଜିଲ୍ଲାବାସୀଙ୍କ ଖୁସିକୁ ବହୁଗୁଣିତ କରିଛି।