ଫିଫା ବିଶ୍ବକପରେ ତୃତୀୟ ସ୍ଥାନ ହାସଲ କରିଛି କ୍ରୋଏସିଆ, ମରକ୍କୋ ନିରାଶ

ଦୋହା: ୟୁରୋପୀୟ ଦେଶ କ୍ରୋଏସିଆ ଚଳିତ ଫିଫା ବିଶ୍ବକପରେ ତୃତୀୟ ସ୍ଥାନ ହାସଲ କରିଛି। ଶନିବାର ଅଲ୍‌ ରିୟାନର ଖଲିଫା ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଅନୁଷ୍ଠିତ ପ୍ଲେ ଅଫ ମ୍ୟାଚରେ କ୍ରୋଏସିଆ ୨-୧ ଗୋଲରେ ମରକ୍କୋକୁ ପରାସ୍ତ କରି କାଂସ୍ୟ ପଦକ ଜିତିଛି। ୨୦୧୮ର ଉପ ବିଜେତା କ୍ରୋଏସିଆ ଏଥି ସହିତ ସମ୍ମାନର ସହ ବିଦାୟ ନେଇଛି। ଜାସେକେ ଜିଭାଡୋଲ ଓ ମିସଲାଭ ଓରସିସଙ୍କ ଗୋଲ କ୍ରୋଏସିଆ ବିଜୟ​‌ରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଥିବା ଆଫ୍ରିକୀୟ ରାଷ୍ଟ୍ର ମରକ୍କୋ ୪ର୍ଥ ସ୍ଥାନରେ ରହିଛି।

Related Articles

Back to top button