ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨:  ଭାରତର ଦୀପକ ପୁନିଆ ପାକିସ୍ତାନକୁ ହରାଇ ଜିତିଲେ ସ୍ୱର୍ଣ୍ଣ

ଏଥିସହ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୯ କୁ ବୃଦ୍ଧି

ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତର ଦୀପକ ପୁନିଆ ଆଶ୍ଚର୍ଯ୍ୟଜନକ ଖେଳ ପ୍ରଦର୍ଶନ କରିଛନ୍ତି। ସେ ପୁରୁଷ ୮୬ କିଲୋଗ୍ରାମରେ ପାକିସ୍ତାନର ମହମ୍ମଦ ଇନାମଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। କୁସ୍ତିରେ ଏହା ହେଉଛି ଭାରତର ତୃତୀୟ ସ୍ୱର୍ଣ୍ଣ। ଦୀପକ ପୁନିଆଙ୍କ ପୂର୍ବରୁ ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ସ୍ୱର୍ଣ୍ଣ ଜିତିଛନ୍ତି।

ଏଥିସହ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୯ କୁ ବୃଦ୍ଧି ପାଇଛି।

Related Articles

Back to top button