୮୧ ବର୍ଷୀୟ କେରଳର ପୂର୍ବତନ ବିଧାୟକ ଜାକବ ୱାର୍ଲଡ ଆଥଲେଟିକ୍ସ ଚାମ୍ପିୟନଶିପ ୨୦୨୨ରେ ଜିତିଲେ ଦୁଇଟି ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ: ୯୪ ବର୍ଷୀୟ ଭଗୱାନୀ ଦେବୀଙ୍କ ପରେ ଏବେ ୮୧ ବର୍ଷୀୟ ଏମଜେ ଜାକେବ ୱାର୍ଲଡ ଆଥଲେଟିକ୍ସ ଚାମ୍ପିୟନଶିପ ୨୦୨୨ରେ ଭାରତ ପାଇଁ ଗୌରବ ଆଣିଛନ୍ତି । କେବଳର ପୂର୍ବତନ ବିଧାୟକ ଏମଜେ ଜାକବ ଚାମ୍ପିୟନଶିପରେ ୨୦୦ ମିଟର ଏବଂ ୮୦ ମିଟର ହର୍ଡଲ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ବାମପନ୍ଥୀ ନେତା ଏମଜେ ଜାକବ ୨୦୦୬ରେ କେରଳ ବିଧାନସଭା ନିର୍ବାଚନରେ ପିରାବୋମ ବିଧାନସଭା କ୍ଷେତ୍ରରୁ ୪ଥର ବିଧାୟକ ଟିଏମ ଜାକବଙ୍କୁ ହରାଇଥିଲେ। ଟ୍ରାକ୍ ଆଣ୍ଡ ଫିଲ୍ଡରେ ନିଜ କଲେଜରେ ଚାମ୍ପିୟନ ଥିବା ଏମଜେ ଜାକବ ଏବେ ୮୧ ବର୍ଷ ବୟସରେ ବିଶ୍ୱ ମଞ୍ଚରେ ଏହି କୀର୍ତ୍ତି ସ୍ଥାପନ କରିଛନ୍ତି।

ପୂର୍ବରୁ ଅନେକ ରାଷ୍ଟ୍ରୀୟ ଏବଂ ଏସିଆଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନଶିପର ବିଜେତା ଏମଜେ ଜାକବ ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟଶିପ ୨୦୨୨ରେ ଦୁଇଟି ପଦକ ଜତିଛନ୍ତି । ମାଷ୍ଟର୍ସ ଚାମ୍ପିୟନଶିପରେ ୩୫ ବର୍ଷରୁ ଅଧିକ ବୟସର ଆଥଲେଟ ଭାଗ ନେଇପାରନ୍ତି । ଏମଜେ ଜାକବ ପଦକ ଜିତିବା ପରେ କହିଛନ୍ତି, ଏହା ପ୍ରଥମ ଥର ଯେତେବେଳେ ମୁଁ ବିଶ୍ୱ ସ୍ତରରେ କୌଣସି ବ୍ୟକ୍ତିଗତ ପ୍ରତିଯୋଗିତାରେ ପଦକ ହାସଲ କରିଛି । ଏହା ବଡ଼ ଉପଲବ୍ଧି ନା ନାହିଁ ମୁଁ ଜାଣିନାହିଁ । କିନ୍ତୁ ନିଶ୍ଚିତ ରୂପେ, ଏହା ସନ୍ତୋଷଜନକ ଅଟେ ।

ଜାକବ ଏହା ପୂର୍ବରୁ ଫ୍ରାନ୍ସ (୨୦୧୫), ଅଷ୍ଟ୍ରେଲିଆ (୨୦୧୬) ଏବଂ ସ୍ପେନ (୨୦୧୮)ରେ ହୋଇଥିବା ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନଶିପରେ ଭାଗ ନେଇଥିଲେ। ସେ ଜାପାନ(୨୦୧୪), ସିଙ୍ଗାପୁରୁ(୨୦୧୬), ଚୀନ(୨୦୧୭) ଏବଂ ମାଲେସିଆ(୨୦୧୨)ରେ ଏସିଆଡ୍ ମାଷ୍ଟର୍ସରେ ଅଂଶଗ୍ରହଣ କରିଥିଲେ।

Related Articles

Back to top button