ଫିଫା ବିଶ୍ୱକପ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ଆର୍ଜେଣ୍ଟିନା ଓ ପୋଲାଣ୍ଡ

ଦୋହା: ଚଳିତ ଫିଫା ବିଶ୍ୱକପ ପ୍ରି କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନା ଓ ପୋଲାଣ୍ଡ ପ୍ରବେଶ କରିଛନ୍ତି । ଆର୍ଜେଂଟିନା ଗ୍ରୁପ ସିରେ ତାର ଶେଷ ମୁକାବିଲାରେ ପୋଲାଣ୍ଡକୁ ୨-୦ ଗୋଲରେ ପରାସ୍ତ କରିଥିଲା । ଏଥିସହ ଆର୍ଜେଣ୍ଟିନା ଗ୍ରୁପ ପର୍ଯ୍ୟାୟରେ ଶୀର୍ଷରେ ରହି ଅଭିଯାନ ଶେଷ କରିଛି । ପରାଜୟ ସତ୍ୱେ ପୋଲାଣ୍ଡ ଗ୍ରୁପ ୧୬କୁ ଉନ୍ନୀତ ହୋଇଛି । ସମ୍ପୂର୍ଣ୍ଣ ମ୍ୟାଚରେ ଆର୍ଜେଣ୍ଟିନା ଆକ୍ରମଣାତ୍ମକ ପ୍ରଦର୍ଶନ କରି ଖେଳିଥିଲା । ବ୍ରାଇଟନ ମ୍ୟାକ ଏଲିଷ୍ଟର ପ୍ରଥମାର୍ଦ୍ଧ ଶେଷ ଭାଗରେ ଗୋଲ କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । ଏହା ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ଗୋଲ ଥିଲା ।

୬୭ତମ ମିନିଟରେ ଆଲଭେରେଜ ବିଶ୍ୱକପରେ ପ୍ରଥମ ଗୋଲ କରି ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲା । ଏହା ପରେ ପୋଲାଣ୍ଡ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା । ଅପରପକ୍ଷରେ ସାଉଦି ଆରବକୁ ହରାଇବା ସତ୍ୱେ ମେକ୍ସିକୋ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଛି ।

Related Articles

Back to top button