U17 ମହିଳା ଫିଫା ବିଶ୍ବକପ: ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଭାରତ-ୟୁଏସ ମଧ୍ୟରେ ମୁକାବିଲା

ଭୁବନେଶ୍ବର: ଆଜି ଆରମ୍ଭ ହେବ ଅଣ୍ଡର -୧୭ ମହିଳା ଫିଫା ବିଶ୍ବକପ । । ପ୍ରଥମ ଥର ପାଇଁ ଓଡ଼ିଶାରେ ଫିଫା ବିଶ୍ବକପ ଭଳି ଏକ ଓ୍ବାଲ୍ଡ କ୍ଲାସ ଇଭେଣ୍ଟ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ଫୁଟବଲ ପ୍ରେମୀମାନେ ରାଜଧାନୀରେ ଆସି ପହଁଚିଛନ୍ତି । ଭାରତ ମଧ୍ୟ ଆଜିର ମ୍ୟାଚ ପାଇଁ ଅପେକ୍ଷାରେ ରହିଛି ।

ଉଦଘାଟନୀ ମ୍ୟାଚ ସହ ୬ଟି ମ୍ୟାଚ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବା ପାଇଁ କାର୍ଯ୍ୟସୂଚୀ ରହିଛି । କଳିଙ୍ଗ ଷ୍ଟାଡିୟମ୍ ସହ ଏଠାକାର କ୍ରୀଡା ଭିତ୍ତିଭୂମି ମଧ୍ୟ ବିଶ୍ବସ୍ତରୀୟ ହୋଇଛି । ଖେଳାଳିଙ୍କ ପାଇଁ ଅଭ୍ୟାସ ଖେଳ ପଡ଼ିଆ ମଧ୍ୟ ନୂତନ ଭାବେ କରାଯାଇଛି । ରାଜ୍ୟ ସରକାରଙ୍କ କ୍ରୀଡ଼ା ଭିତ୍ତିଭୂମିକୁ ବିଭିନ୍ନ ଦେଶର ଖେଳାଳି ପ୍ରଶଂସା କରିଛନ୍ତି ।

ଟୁର୍ଣ୍ଣାମେଣ୍ଟରେ ଭାରତ ଭଲ ପ୍ରଦର୍ଶନ କରିବ । ପ୍ରଥମ ଥର ପାଇଁ ମହିଳା ଫୁଟବଲ୍ ବିଶ୍ବକପ୍‌ରେ ଭାରତୀୟ ଖେଳାଳିମାନେ ଭାଗ ନେଇଛନ୍ତି । ଆସନ୍ତାକାଲି ପ୍ରଥମ ମ୍ୟାଚ ୪ଟା ୩୦ରେ ମରକ୍କୋ-ବ୍ରାଜିଲ ମଧ୍ୟରେ ଅନୁଷ୍ଠିତ ହେବ । ରାତି ୮ଟାରେ ଭାରତ –ଆମେରିକା ମଧ୍ୟରେ ମୁକାବିଲା ହେବ । ଏହା ସହ ୧୪ ଓ ୧୭ ତାରିଖରେ ମଧ୍ୟ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍‌ରେ ହେବ ।

Related Articles

Back to top button